ସକାଳୁ ଭୋଟ୍ ଗଣତି ଆରମ୍ଭ ହେବା ସହିତ ଏବେ ଆସିବାରେ ଲାଗିଛି ପ୍ରାରମ୍ଭିକ ଟ୍ରେଣ୍ଡ। ଏପର୍ଯ୍ୟନ୍ତ ବିଜେପି ଭୁବନେଶ୍ୱର, ପୁରୀ ଓ ବରଗଡ଼ର ଲୋକସଭା ପ୍ରାର୍ଥୀ ଆଗୁଆ ରହିଥିବା ଦେଖିବାକୁ ମିଳିଛି । ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଆଗରେ ରହିଥିବା ଜଣାଯାଇଛି। ସେହିପରି ବରଗଡ଼ରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ‌ଡାକ୍ତର ସମ୍ବିତ ପାତ୍ର ବି ଆଗରେ ରହିଛନ୍ତି।

ସେପଟେ ପୁରୀ ବିଧାନସଭା ଆସନରେ ମଧ୍ୟ ବିଜେପି ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ମଧ୍ୟ ଆଗୁଆ ଅଛନ୍ତି। ସେହିପରି ଭୁବନେଶ୍ୱର ମଧ୍ୟ ଆସନରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଆଗୁଆ ଅଛନ୍ତି।

Leave a Reply

Your email address will not be published. Required fields are marked *