ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ଭୋଟ ଗଣତି । ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟ୍ ଗଣତି । ରାଜ୍ୟରେ ମୋଟ ୭୦ଟି କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି ଚାଲିଛି। ଏକାମ୍ର ଭୁବନେଶ୍ୱର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ବାବୁ ସିଂହ ଆଗୁଆ ଅଛନ୍ତି। ଭୁବନେଶ୍ୱର ମଧ୍ୟ ସିଟ୍‌ରେ ମଧ୍ୟ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଆଗୁଆ ଥିବା ଜଣାଯାଇଛି।

ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ,କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା ଓ କଳାହାଣ୍ଡିରେ ମାଳବିକା ଦେଓ ଆଗୁଆ । କେନ୍ଦୁଝର ଲୋକସଭା ଆସନ ସମେତ ବ୍ରଜରାଜନଗର ବିଧାନସଭା ସିଟ୍‌ ଓ ଏକାମ୍ର ଭୁବନେଶ୍ୱରରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ । କେନ୍ଦୁଝର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅନନ୍ତ ନାୟକ ଆଗୁଆ ଥିବା ବେଳେ ବ୍ରଜରାଜନଗର ବିଧାନସଭାରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ଆଗୁଆ ଅଛନ୍ତି।

 

By SonaliP

Leave a Reply

Your email address will not be published. Required fields are marked *