ଓଡ଼ିଶାରେ ବିଜେପି ସରକାର ଗଢିବା ପରେ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ପ୍ରତାପ ଷଡ଼ଙ୍ଗୀ । ବିଜେଡିର ବିପର୍ଯ୍ୟୟ ପରେ ଏବେ ପାୱାରଫୁଲ୍ ନେତା ପାଣ୍ଡିଆନଙ୍କ ପତ୍ତା ମିଳୁନି । ହେଲିକପ୍ଟର ଟୁର୍ ପରେ ଟୁର୍ କରୁଥିଲେ । ନ୍ୟାସନାଲ ଠାରୁ ନେଇ ଲୋକାଲ ସବୁ ଗଣମାଧ୍ୟମରେ ଛାଇ ରହିଥିଲେ । ହେଲେ ଦଳ ହାରିବା ପରେ ପାଣ୍ଡିଆନଙ୍କର ଆଉ ଦେଖା ମିଳୁନି । ନିର୍ଵାଚନ ପ୍ରଚାର ସମୟରେ ପାଣ୍ଡିଆନଙ୍କ ଏକ ଡାଇଲଗ ଜୋରଦାର ଭାଇରାଲ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ପାଣ୍ଡିଆନ ଚ୍ୟାଲେଞ୍ଜ କରି କହିଥିଲେ ଯେ, ଯଦି ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନନେବେ ତାହେଲେ ସେ ରାଜନୀତିରୁ ସନ୍ୟାସ ନେଇଯିବେ ।

ତେବେ ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, “ଆତ୍ମରକ୍ଷା ପାଇଁ ଦୁର୍ବଳ ବିତର୍କ ତିଆରି କରିଛନ୍ତି, ତାହା ବାଏଁ ବାଏଁ ଉଡ଼ିଯିବ । ବହୁତ ଲୋକ କହିଛନ୍ତି ଦୁର୍ଯ୍ୟୋଧନର ଦୋଷ ନାହିଁ, ଶକୁନିର ସବୁ ଦୋଷ । ତେବେ ଶକୁନିକୁ ବାଛି ଥିବା ଲୋକର ସବୁ ଦୋଷ । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ବାଛିଥିବା ବେଳେ ଦୁର୍ଯ୍ୟୋଧନ କାହିଁକି ଶକୁନିଙ୍କୁ ବାଛିଲେ । ତେଣୁ ଦୁର୍ଯ୍ୟୋଧନର ଦୋଷ । “ପାଣ୍ଡିଆନଙ୍କୁ କିଏ ଅଧିକାର ଦେଇଥିଲା ? ଲୋକ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ବାଛିଥିଲେ ନାଁ ପାଣ୍ଡିଆନଙ୍କୁ ବାଛିଥିଲେ । ଏମିତି ନ୍ୟାରେଟିଭ କରି ଖସିପାରିବ ନାହିଁ ବିଜେଡି ।”

By SonaliP

Leave a Reply

Your email address will not be published. Required fields are marked *