ଭୁବନେଶ୍ୱର: କୋଭିଡ୍‌ରେ ୪୦ ହଜାର କୋଟି ଦୁର୍ନୀତିର ପ୍ରେସମିଟ୍‌ରେ ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ସେ କହିଛନ୍ତି ଯେ, ରାଜ୍ୟରେ ୫୧% ପିସି ସରକାର ଚାଲିଛି, ଲୋକାଲ ଫଣ୍ଡ ଅଡିଟରୁ ସ୍ପଷ୍ଟ ହୋଇଛି । ୨୦୨୦ରୁ ୨୦୨୨ କରୋନାରେ ଲଢୁଥିଲା ବେଳେ ଲୁଟୁଥିଲେ ରାଜ୍ୟ ସରକାର । ଖର୍ଚ୍ଚ ହୋଇଥିବା ୪୦ ହଜାର କୋଟି ଟଙ୍କାର କିଛି ହିସାବ ନାହିଁ । ଦୁର୍ନୀତି ଓ ଅନିୟମିତତା ପାଇଁ ସବୁ ବ୍ଲକକୁ ୪ ଶହ କୋଟି ଫାଇନ୍ ପଡିଛି ବୋଲି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବି ଅନିୟମିତତା ହୋଇଛି । ବ୍ଲକ ଓ ପଞ୍ଚାୟତ ସ୍ତରକୁ ଯାଇ ଆନ୍ଦୋଳନ କରିବ ବିଜେପି ବୋଲି ପ୍ରେସ ମିଟ ରେ କହିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *