ଭୁବନେଶ୍ୱର : ଆସନ୍ତା ୨୯ ତାରିଖରୁ ପ୍ରାଥମିକ ଶିକ୍ଷକ ସଂଘ ପୁଣି ଥରେ ୩ ଦଫା ନେଇ ଆନ୍ଦୋଳନକୁ ଓହ୍ଲାଇବେ । ରାଜଧାନୀ ଲୋୟର ପିଏମଜିରେ ବିଭିନ୍ନ ଜିଲ୍ଲାରୁ ଶିକ୍ଷକ ମାନେ ଆସି ଏକାଠି ହେବେ । ଠିକା କର୍ମଚାରୀଙ୍କୁ ୬ବର୍ଷର ଇନ୍‌କ୍ରିମେଣ୍ଟ ଦେଇ ମୂଳ ଚାକିରିରେ ଗଣନା, ସମାନ କାମକୁ ସମାନ ଦରମା, ଏଥିସହ ନୂତନ ପେନ୍‌ସନ୍‌ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନ୍‌ସନ୍‌ ଲାଗୁ କରାଯିବାକୁ ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଛି। ପୂର୍ବରୁ ଦାବି ପୂରଣ ନେଇ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନି। ତେଣୁ ଜାନୁଆରୀ ୨୭ ତାରିଖ ସୁଦ୍ଧା ଯଦି ଦାବି ପୂରଣ କରାନଯାଏ , ତାହେଲେ ପୁଣିଥରେ ଆନ୍ଦୋଳନ କରାଯିବାକୁ ସଂଘ ଚେତାବନୀ ଦେଇଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *