ଓଡ଼ିଶାର ଚାଷୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଣ ସୁନିଶ୍ଚିତ କରିବା ଏବଂ ବଣ୍ଟନରେ ବ୍ୟାପକ କଳାବଜାରୀ ଓ ଅବ୍ୟସ୍ଥାକୁ ରୋକିବା ପାଇଁ ଜରୁରୀ ହସ୍ତକ୍ଷେପ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲା ବିଜେଡି । ଚିଠି ମାଧ୍ୟମରେ ବିଜେଡି କହିଛି ଚଳିତ ଖରିଫ ଋତୁରେ ସାର ଯୋଗାଣର ଅଭାବ ଏବଂ ଅବ୍ୟବସ୍ଥିତ ବିତରଣ ଯୋଗୁଁ ରାଜ୍ୟର ଚାଷୀକୂଳ ହନ୍ତସନ୍ତ ହେଉଛନ୍ତି । ସାର ପାଇବା ପାଇଁ ଚାଷୀ ମାନେ ଘଣ୍ଟା ଘଣ୍ଟା ବିକ୍ରୟ କେନ୍ଦ୍ର ସମ୍ମୁଖରେ ଅପେକ୍ଷା କରିବା ପରେ ନିରାଶ ହୋଇ ଫେରୁଛନ୍ତି। ସାର ନପାଇବା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ମାନେ ରାଜର ସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଚାଷୀମାନେ ସାର ପାଇବା ପାଇଁ ଡହଳ ବିକଳ ହେଉଥିବା ବେଳେ, ରାଜ୍ୟ ସରକାର ନିଦାବିଷ୍ଣୁ ସାଳିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମାନ୍ୟବର କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ରାଜ୍ୟର କୃଷକ ମାନେ ସାର ଅଭାବ ଯୋଗୁ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ଅବଗତ କରାଇବା ସହ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ଏହା ସତ୍ତ୍ୱେ, ବିଜେପି ନେତୃତ୍ୱାଧୀନ ଓଡ଼ିଶା ସରକାର ଚାଷୀଙ୍କ ଦୁଃଖ ଦୂର କରିବା ପାଇଁ କୌଣସି ଆଖୁଦୃଷ୍ଟିଆ ପଦକ୍ଷେପ ନେଇ ନାହାନ୍ତି । କୃଷି ହେଉଛି ଓଡ଼ିଶା ଅର୍ଥନୀତିର ମୁଖ୍ୟ ଅଧାର, ଯାହା ସତୁରୀ ପ୍ରତିଶତ ରୁ ଅଧିକ ଜନସଂଖ୍ୟାକୁ ଜୀବିକା ପ୍ରଦାନ କରେ । ଦୁଇ ଦଶନ୍ଧି ପୂର୍ବେ ରାଜ୍ୟର ଖାଦ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ଓଡିଶା ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା କିନ୍ତୁ ଆଜି ଓଡିଶା ଏକ ବଳକା ଧାନ ଉତ୍ପାଦନକାରୀ ରାଜ୍ୟ ଭାବେ ଜାତୀୟ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଏକ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରୁଛି। ଏହି ଅଗ୍ରଗତି ଚାଷୀ ମାନଙ୍କ ପରିଶ୍ରମ ସହ ପୂର୍ବ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯଥା, ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ, ଜଳସେଚନ ବ୍ୟବସ୍ଥାରେ ଉନ୍ନତି ଏବଂ ବ୍ୟବସ୍ଥିତ ସାର ଯୋଗାଣ ଯୋଗୁ ସମ୍ଭବ ହୋଇପାରିଛି। Post navigation ୧୨ ଟି ଜିଲ୍ଲାରେ ୨୭ଟି ନୂତନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ୍