ନିର୍ବାଚନ ସମୟରେ ଝରିଗାଁର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଝରୀଗାଁ ଦେଉଳକଣା ୨୦୪ ନମ୍ବର ବୁଥଠାରେ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ କିଛି ବିଜେଡି କର୍ମୀ ଚାରିଆଡୁ ଘେରିଯାଇ ଆକ୍ରମଣ କରିଥିଲେ । ତେବେ ଏ ନେଇ ଝରିଗାଁ ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି । ବିରୋଧୀ ଦଳର କିଛି କର୍ମୀ ଏହି ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଛନ୍ତି ନରସିଂହ ଏବଂ ସମର୍ଥକ ।

ନରସିଂହ ଭତ୍ରାଙ୍କ ଗାଡି ପମ୍ପଚର୍ କରିବା ସହିତ ତାଙ୍କ ଆଇଡି କାର୍ଡଟିକୁ ମଧ୍ୟ ବିଜେଡି କର୍ମୀ ଛଡେଇ ନେଇଯାଇଛନ୍ତି । ମାଡ଼ ମାରିବା ସମୟରେ ବିଜେଡି ଜିନ୍ଦାବାଦ ନାରା ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ତାଙ୍କୁ ଜୀବନରେ ମାରି ଦେବା ଲାଗି ଉଦ୍ୟମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ନରସିଂହ ଭତ୍ରା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *