ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି ଏହି ମାମଲାକୁ ନେଇ ଆସନ୍ତା କାଲି ବିଜୁ ମହିଳା ଜନତା ଦଳ ଭୁବନେଶ୍ବର ୟୁନିଟ୍ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହାସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବ  ।

ଏହା ସହ ଦଳ କହିଛି ପୂର୍ବତନ ସେନା ଅଧିକାରୀ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ଯଦି ଆକ୍ସନ ନିଆଯାଇ ଥାନ୍ତା ତେବେ ଆଜି ଭରତପୁର ଘଟଣା ସାମ୍ନାକୁ ଆସି ନଥାନ୍ତା। ଜଣେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀ ଙ୍କ ସହିତ ଯଦି ରାଜଧାନୀର ଥାନା ଭିତରେ ଏମିତି ଘଟଣା ଘଟୁଛି ତେବେ ଅନ୍ୟ ଥାନା ମାନଙ୍କରେ କଣ ହେଉଥିବ ତାହା ସନ୍ଦେହ ।

ବିଜେଡି ତରଫରୁ ଆଉ ମଧ୍ୟ କୁହାଯାଇଛି ଭରତପୁର ଥାନା ଭିତରେ ବିଜେଡି ସରକାର ସମୟ ରେ ସିସିଟିଭି ଇନଷ୍ଟଲ ହୋଇଥିଲା। କିନ୍ତୁ ବର୍ତ୍ତମାନ ପୋଲିସ ପକ୍ଷରୁ କୁହା ଯାଉଛି ସିସିଟିଭି ଇନଷ୍ଟଲ ହୋଇନଥିଲା । ଘଟଣାରୁ ଲାଗୁଛି ପୋଲିସ ଏହି ଘଟଣାଲୁ ଲିପାପୋତି କରିବାକୁ ଚେଷ୍ଟା କରୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘଟଣା କୁ ଘଣ୍ଟ ଘୋଡେଇ ବାକୁ ଚେଷ୍ଟା କରୁଛନ୍ତି ।

ବିଜେପି ସରକାର ୧୦୦ ଦିନ ମଧ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗ ରହିଛି କି ନାହିଁ ବୋଲି ପ୍ରଶ୍ନ କରିଛି ବିଜେଡି । ଏହା ସହ ବିଜେଡି କହିଛି ଯିଏ ନିଜକୁ ରାଷ୍ଟ୍ରବାଦୀ ଦଳ କହୁଛନ୍ତି, ଓଡ଼ିଆ ଅସ୍ମିତା କଥା ଉଠାଉଛନ୍ତି । ତାଙ୍କ ଶାସନରେ ଥାନା ଭିତରେ ମାଡ଼ ମାରିବା କଣ ଓଡ଼ିଆ ଅସ୍ମିତା।

Leave a Reply

Your email address will not be published. Required fields are marked *