ପୁରୀ ଜିଲ୍ଲା, କଣାସ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଓ ଏଥିରେ ଲୋକଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଓ ପୂର୍ବତନ ବିଧାୟକ ରୁଦ୍ର ମହାରଥୀ । ସଂଜୟ ଦାସବର୍ମା ଅଭିଯୋଗ କରିଛନ୍ତି, କଣାସ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି । ଗଙ୍ଗୁଆ ନଦୀର ବର୍ଜ୍ୟବସ୍ତୁ ପରିଚାଳନା ଠିକ ଭାବେ ନ ହେବାରୁ ମଇଳା ପାଣି ଦୟା ନଦୀ ଦେଇ ଚିଲିକାକୁ ଯାଉଛି । ଏହା ଦ୍ୱାରା ଦୟା, ରାଜୁଆ, ମକରା, ରତ୍ନାଚିରା, ଲୁଣା ଭାର୍ଗବୀ ନଦୀ ପ୍ରଭାବିତ ହେଉଛି । ଚିଲିକା ବି ପ୍ରଭାବିତ ହୋଇଛି । ଦୂଷିତ ପାଣି ବ୍ୟବହାର କରି କଣାସ ଅଞ୍ଚଳରେ ଲୋକେ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ୨୫୦ରୁ ଅଧିକ ଲୋକ ପୁରୀ ଓ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି । ପୂର୍ବ ସରକାରରେ ଏକାଧିକ ପାନୀୟ ଜଳ ପ୍ରକଳ୍ପ କାମ ୮୦% ସରିଥିଲେ ସୁଦ୍ଧା ନୂଆ ସରକାର ଆସିବା ପରେ ଏଯାଏ କାମ ସମ୍ପନ୍ନ ହୋଇନାହିଁ । ଆଜି ହିଁ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ ସମୀକ୍ଷା କରି ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଆରମ୍ଭ କରୁ ବୋଲି ଦାବି କରିଛି ବିଜେଡି । Post navigation ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ; ପ୍ରତି ପଞ୍ଚାୟତରେ ହେବ ଆଦର୍ଶ ବିଦ୍ୟାଳୟ ରାଜ୍ୟ ସରକାର ଧାନ କିଣାରେ ମିଲର ମାଲିକଙ୍କ ରାଜୁତି ଶେଷ କରିଦେଇଥିବାରୁ ବିଜେଡି ଛାନିଆ: ବିଜେପି