ନୂଆ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ଯକ୍ରମରେ ଯୋଗ ଦେବନି ବୋଲି ବିଜେଡି କହିଛି। ଏ ନେଇ ବିରୋଧୀ ଦଳ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି। ନିୟମ ଅନୁଯାୟୀ, ବିଧାନସଭାରେ ହେଉଥିବା ସମସ୍ତ କାର୍ଯ୍ଯ ବିଧାନସଭାକୁ ନିର୍ବାଚିତ ହେଉଥିବା ସଭ୍ଯ ସମ୍ପାଦନ କରିବା ଉଚିତ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି। କିନ୍ତୁ କେନ୍ଦ୍ରମନ୍ତ୍ରୀ ନୂଆ ବିଧାୟକଙ୍କୁ ଦିଗଦର୍ଶନ କାର୍ଯ୍ଯକ୍ରମର ଉଦଘାଟନ କରିବା ଗୃହର ପରମ୍ପରା ଓ ମର୍ଯ୍ଯାଦାକୁ ଭଙ୍ଗ କରୁଛି। ଅନ୍ୟପକ୍ଷରେ ମୁଖ୍ଯମନ୍ତ୍ରୀ ହେଉଛନ୍ତି ଗୃହର ନେତା ହେବା ସହ ସରକାରର ମୁଖ୍ଯ। ତେଣୁ ବିଧାନସଭା କାର୍ଯ୍ଯକ୍ରମରେ ସେ ସାଧାରଣ ବକ୍ତା ଭାବେ ଯୋଗ ଦେବା ମୁଖ୍ଯମନ୍ତ୍ରୀ ପଦର ଅସମ୍ମାନ। ଏହାଦ୍ୱାରା କେନ୍ଦ୍ରମନ୍ତ୍ରୀଙ୍କ ପଦ ମୁଖ୍ଯମନ୍ତ୍ରୀଙ୍କ ପଦ ଉପରେ ରହିବା ପରି ମନେ ହେଉଛି। ତେଣୁ ବିଜେଡି ଏହି କାର୍ଯ୍ଯକ୍ରମକୁ ବର୍ଜନ କରିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *