ନିଲମ୍ବିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ଆଜି ବିଜୁ ଜନତା ଦଳର ବିଧାୟକ ଦଳ ବାଚସ୍ପତିଙ୍କୁ ଭେଟିଛନ୍ତି । ରାଜ୍ୟସଭାରେ କ୍ରସ୍ ଭୋଟିଂ ପରେ ଦଳରୁ ନିଲମ୍ବିତ ୮ ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ବିଜେଡି ଦଳ ବାଚସ୍ପତିଙ୍କୁ ଭେଟି ସୁପାରିଶ କରିଛି । ଶଙ୍ଖ ଭବନରେ ବିଧାୟକ ଦଳ ବୈଠକ ପରେ ବାଚସ୍ପତିଙ୍କୁ ଭେଟି ଦାବି କରିଛି ବିଜେଡି । ସୂଚନା ଯୋଗ୍ୟ; ରାଜ୍ୟସଭା ନିର୍ବାଚନ ସମୟରେ କ୍ରସ୍-ଭୋଟିଂରେ ଲିପ୍ତ ଥିବା ଅଭିଯୋଗରେ ନିଲମ୍ବିତ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ବିଜେଡି ପଦକ୍ଷେପ ଆରମ୍ଭ କରିଛି। ଦଳୀୟ ବିଧାୟକମାନେ ପ୍ରଥମେ ଶଙ୍ଖ ଭବନରେ ବୈଠକ କରିଥିଲେ । ପରେ ସମସ୍ତେ ବିଧାନସଭା ଯାଇ ବାଚସ୍ପତିଙ୍କୁ ଭେଟି ସମସ୍ତ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଦାବି କରିଛନ୍ତି । ଏହାକୁ ନେଇ ବିଧାୟକ ଅରୁଣ ସାହୁ କହିଛନ୍ତି ନିଲମ୍ୱିତ ସମସ୍ତ ବିଧାୟକ ସ୍ୱେଚ୍ଛାକୃତ ଭାବେ ଦଳରେ ନ ଥିବା ଘୋଷଣା କରିସାରିଛନ୍ତି । ତେଣୁ ଭାରତୀୟ ସମ୍ବିଧାନର ଧାରା ୧୯୧, ଅନୁଚ୍ଛେଦ ୧୦ ଅନୁଯାୟୀ ସେମାନଙ୍କ ସଭ୍ୟପଦ ରଦ୍ଦ ହୋଇପାରିବ । ଯେଉଁମାନେ ଦଳ ଏବଂ ନେତୃତ୍ୱ ବିରୁଦ୍ଧରେ ଯାଇ ଅବମାନନା କରିଛନ୍ତି ସେମାନଙ୍କ ସଭ୍ୟପଦ ରଦ୍ଦ ପାଇଁ କୌଣସି ଅସୁବିଧା ନାହିଁ । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେଉଁ ବିଧାୟକ ଦଳ ବିରୋଧୀ କାମ କରିଛନ୍ତି ତାଙ୍କର ଆବଶ୍ୟକତା ନାହିଁ । ବିଜେଡି ପକ୍ଷରୁ ମୁଖ୍ୟ ସଚେତକ ଭାବେ ମୁଁ ବାଚସ୍ପତିଙ୍କୁ ଲେଖିଛି । ଯେଉଁ ୮ ବିଧାୟକ ଦଳ ବିରୋଧୀ କାମ କରିଛନ୍ତି, ସେମାନଙ୍କର ଆବଶ୍ୟକ ନାହିଁ । ତୁରନ୍ତ ସଭ୍ୟ ପଦରୁ ବିଦା ହୁଅନ୍ତୁ, ନ ହେଲେ ନିଜ ଆଡୁ ପଦ ଛାଡ଼ନ୍ତୁ । ଉଲ୍ଲେଖ ଯୋଗ୍ୟ, ଗତ ମାର୍ଚ୍ଚ ୧୬ରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେଡ଼ିର ୬ ଜଣ ସଦସ୍ୟ ଓ ୨ ଜଣ ନିଲମ୍ବିତ ବିଧାୟକ କ୍ରସ୍ ଭୋଟିଂ କରିଥିଲେ । ବିଜେଡ଼ି-କଂଗ୍ରେସର ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କୁ ଭୋଟ୍ ଦେବା ବଦଳରେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ । ଯାହା ପରେ ଦଳ ୬ ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରିଥିଲା । Post navigation Minors Rescued in Malkangiri: ସମର କୋର୍ସ ଓ ସୁଟିଂ ନାଁରେ ଶିଶୁ ଚାଲାଣ, ଉଦ୍ଧାର ହେଲେ ୧୫ ଶିଶୁ BEd Certificate Fraud: ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଛି ଆନ୍ଧ୍ର ବିଏଡ୍ ସାର୍ଟିଫିକେଟ୍