ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନ ପାଇଁ ଲଢ଼ିପାରେ ବିଜେଡି । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଜେଡି ବିଧାୟକ ସାରଦା ଜେନା। ସେ କହିଛନ୍ତି ଚତୁର୍ଥ ଆସନକୁ ବିଜେଡି ଓହ୍ଲାଇବା କଥା, ଆଜି ବୈଠକରେ ସ୍ପଷ୍ଟ ହେବ । ବିଜେଡି ଏକ୍ ହୋଇ ଅଛି। ବିରୋଧୀ ଦଳ ହିସାବରେ ଲଢ଼ିବ । ନବୀନଙ୍କ ନିଷ୍ପତ୍ତିକୁ ସବୁ ବିଧାୟକ ଗ୍ରହଣ କରିବେ । ନିଷ୍ପତ୍ତି ନେବାକୁ PAC ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଛି । ଏହି ବୟାନ ପରେ ଓଡ଼ିଶାର ରାଜନୈତିକ ପରିବେଶକୁ ହଲାଇ ଦେଇଛି, ଦଳର ଶକ୍ତି ଏବଂ ଆଭ୍ୟନ୍ତରୀଣ ରଣନୀତି ବିଷୟରେ କଳ୍ପନାଜଳ୍ପନା ସୃଷ୍ଟି କରିଛି। ରାଜନୈତିକ ଦୃଶ୍ୟପଟ ବଦଳିବା ସହିତ, ସମସ୍ତଙ୍କ ନଜର ନବୀନ ପଟ୍ଟନାୟକଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି। ଏପରିକି ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ କୌଣସି ନିଷ୍ପତ୍ତି ଏଯାଏଁ ହୋଇନି । ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମସ୍ତ ଦଳ ଚତୁର୍ଥ ଆସନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ୨ଟି ଆସନର ବିଜେପିର ନିଶ୍ଚିତ ଥିବାବେଳେ, ଗୋଟିଏ ବିଜେଡି ସପକ୍ଷରେ ରହିଛି । କିନ୍ତୁ ଚତୁର୍ଥ ଆସନ ପାଇଁ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପଟେ ରାଜ୍ୟସଭା ନିର୍ବାଚନ ପାଇଁ ଗତକାଲି ଫର୍ମ ନେଇଛି ବିଜେଡି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ନେଇଛନ୍ତି ୬ ସେଟ୍ ଫର୍ମ । ବିଧାନସଭା ସମ୍ମିଳନୀ କକ୍ଷରୁ ନେଇଛନ୍ତି ଏହି ଫର୍ମ । ସେହିପରି ଆଜି ନିର୍ବାଚନ ପାଇଁ ଫର୍ମ ନେଇଛି କଂଗ୍ରେସ। ଗୁଣୁପୁର ବିଧାୟକ ସତ୍ୟଜିତ୍ ଗମାଙ୍ଗୋ ଫର୍ମ ନେଇଛନ୍ତି। ୩ ସେଟ୍ ଫର୍ମ ନେଇଛି କଂଗ୍ରେସ । Post navigation Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ଫର୍ମ ନେଲା କଂଗ୍ରେସ Election Petition Dismissed: ଡାନିଙ୍କ ନିର୍ବାଚନୀ ମାମଲା ଖାରଜ