Odisha cm announces RDC level inquiry into Ashram school student's death case
ଗଜପତି ଜିଲ୍ଲା ନୂଆଗଡ ବ୍ଲକ ସ୍ଥିତ ରୁବିଡିସିଂ ସରକାରୀ ପ୍ରାଥମିକ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ସ୍କୁଲ ଗେଟ୍‌ ପଡିବା ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁବରଣ କରିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
 
କେଉଁ ପରିସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଲା, ତାହାର ସବିଶେଷ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ RDC ସ୍ତରୀୟ ତଦନ୍ତ ଘୋଷଣା କରିଛନ୍ତି । ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର ଏହି ଘଟଣାର ତଦନ୍ତ କରିବେ ।
 
ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ ସେମାନଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (CMRF) ରୁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *