bjp-fact-finding-team-visits-sijimali-mining-area
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସିଜିମାଳି ଅଞ୍ଚଳରେ ଉପୁଜିଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟୀର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତ କରିଥିଲେ ।
 
ଏହି ପ୍ରତିନିଧି ଦଳରେ ବିଧାୟକ ରଘୁରାମ ମାଛ, ରୁପୁ ଭତ୍ରା, ସୁଧୀର ପାଟ୍ଟଯୋଶୀ, ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ଓ କୈଳାଶ କୁଲେଶିକା, କୋରାପୁଟ ସାଂସଦ ପ୍ରାର୍ଥୀ କାଳିରାମ ମାଝୀ, ରାୟଗଡା ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା, ରାଜ୍ୟ ସାଧାରଣ ସଂପାଦିକା ପୂର୍ଣ୍ଣିମା ନାୟକ, ରାୟଗଡା ଜିଲ୍ଲା ସଭାପତି ଗୋପୀ ଆନନ୍ଦ, ରାୟଗଡା ଜିଲ୍ଲା ପୂର୍ବତନ ସଭାପତି ଶିବ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁମନ୍ତ ପ୍ରଧାନଙ୍କ ସମେତ ଅନେକ ନେତୃବୃନ୍ଦ ଉପସ୍ଥିତ ଥିଲେ ।
bjp-fact-finding-team-visits-sijimali-mining-area
 
ଗତ ବିଜେଡି ସରକାର ଅମଳରେ ୨୦୨୩ ମସିହାରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସିଜିମାଳି ଅଂଚଳରେ ଥିବା ଖଣି ଲିଜ୍ ପ୍ରଦାନ କରାଯାଇଥିଲା । ଲିଜ ପ୍ରକ୍ରିୟାରେ ଅନେକ ଆଇନଗତ ତୃଟି ଅଛି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ସେହି କାରଣକୁ ଦର୍ଶାଇ ଖଣି ଅଂଚଳରେ ରାସ୍ତା ନିର୍ମାଣକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ । ଖଣିକୁ ନେଇ ବହୁତ ଲୋକ ଭିନ୍ନ ଭିନ୍ନ କଥା ହେବା କାରଣରୁ ଏବଂ ଓ ବିଭିନ୍ନ ରାଜନୈତିକ ଦଳର ବିଭ୍ରାନ୍ତକାରୀ ମନ୍ତବ୍ୟ କାରଣରୁ ସ୍ଥାନୀୟ ବାସିନ୍ଦାଙ୍କ ମନ ଭିତରେ ଭୟ ସୃଷ୍ଟି ହୋଇଛି । ଆଜି ଆଲୋଚନା ସମୟରେ ସ୍ଥାନୀୟ ବାସିନ୍ଦା ଏବଂ ଆନ୍ଦୋଳନକାରୀ ଦାବୀ ପତ୍ର ଜରିଆରେ ପ୍ରତିନିଧିଦଳକୁ ଅଭିଯୋଗ କରିଛନ୍ତି ।
 
ଖଣିଖାଦାନକୁ ନେଇ ବିଗତ ଦିନମାନଙ୍କରେ କାଶିପୁର ଅଂଚଳବାସୀଙ୍କୁ ପ୍ରଶାସନ ନିର୍ଯ୍ୟାତନା ଦେଉଥିବା ଏବଂ ଅକାରଣରେ ମିଥ୍ୟା ମକଦ୍ଦମା କରି ଗର୍ଭବତୀ ମହିଳାଙ୍କ ସହିତ ଶିଶୁମାନଙ୍କୁ ଅଧ ରାତିରେ ଜେଲରେ ଭର୍ତି କରିଦିଆଯାଉଥିବାର ଅଭିଯୋଗ କରିଛନ୍ତି । ସିଜିମାଳିବାସୀଙ୍କ ପ୍ରତି ବିଗତ ଦିନରେ ଯେଉଁ ଅନ୍ୟାୟ ଓ ଅତ୍ୟାଚାରର ଅଭିଯୋଗ ଆସିଛି, ତାର ସମାଧାନ ନିଶ୍ଚିତ ହେବ । କାହା ପ୍ରତି କୈାଣସି ଅନ୍ୟାୟ ହେବ ନାହିଁ । ଆମେ ସ୍ଥାନୀୟ ବାସିନ୍ଦାଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛୁ । ଏଥି ସହ ସ୍ଥାନୀୟ ପୋଲିସ, ପ୍ରଶାସନ ଏବଂ ଜିଲ୍ଲାପାଳଙ୍କ ସହ ମଧ୍ୟ ବିସ୍ତୃତ ଆଲୋଚନା କରିଛୁ । ବାସ୍ତବ ସ୍ଥିତି ଏବଂ ସ୍ଥାନୀୟ ବାସିଙ୍କ ସହ ହୋଇଥିବା ଆଲୋଚନା ସଂପର୍କରେ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଅବଗତ କରିବୁ ବୋଲି ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ କହିଛନ୍ତି ।
bjp-fact-finding-team-visits-sijimali-mining-area
 
 
 

By Nirvay

Leave a Reply

Your email address will not be published. Required fields are marked *