ଖଲ୍ଲିକୋଟ: ସାଧାରଣ ନିର୍ବାଚନ ପାଖେଇ ଆସୁଛି। ସମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ବିଜେଡିରେ ଗୋଷ୍ଠୀ କଳି। ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ବିରୋଧରେ ଅସନ୍ତୁଷ୍ଟ ଓ ନେତା କର୍ମୀମାନେ ଖୋଲାଖୋଲି ବିରୋଧ କରିଛନ୍ତି ଏବଂ ଏହା ସହ ‘ବିଧାୟିକା ହଟାଅ, ଖଲ୍ଲିକୋଟ ବଞ୍ଚାଅ ଓ ଜୟ ନବୀନ, ଜୟ ରାଣୀମା’ ସ୍ଲୋଗାନ୍ ଲେଖାଯାଇଥିବା ପୋଷ୍ଟର ଓ ବ୍ୟାନର୍ ସହ ଖଲ୍ଲିକୋଟ ସ୍ଥିତ ଗୁରାପଲ୍ଲୀରୁ ଭୁବନେଶ୍ୱର ନବୀନ ନିବାସ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ ଓ ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କୁ ‌‌ଭେଟିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *