ଗଞ୍ଜାମ: ଗୋପାଳପୁରରୁ ବିକ୍ରମ ପଣ୍ଡା ହୋଇପାରନ୍ତି ବିଜେଡି ପ୍ରାର୍ଥୀ।ପ୍ରାର୍ଥୀତ୍ବ ନେଇ ଗ୍ରୀନ ସିଗନାଲ୍‌ ଦେଲେ ବିଜେଡି ଜିଲ୍ଲା ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ।ସୂଚନା ଅନୁଯାୟୀ ବିକ୍ରମଙ୍କୁ ଦାୟିତ୍ବ ଦେଇଛନ୍ତି ନବୀନ ପଟ୍ଟନାୟକ। ବିକ୍ରମ ଜଣେ ଯୁବ ଓ ଟାଣୁଆ ସଂଗଠକ ବୋଲି କହିଛନ୍ତି ଚ୍ୟାଉ ପଟ୍ଟନାୟକ।

ପ୍ରକାଶ ଥାଉକି ବିକ୍ରମ ବି ୨୦୧୯ ନିର୍ବାଚନରେ ଆଶାତୀତ ସଫଳତା ପାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର କାହ୍ନୁ ଚରଣ ପତିଙ୍କୁ ୩୫ ହଜାରରୁ ଅଧିକ ଭୋଟରେ ହରାଇଥିଲେ। ବିକ୍ରମ ପଣ୍ଡା ଭଲ ପ୍ରଦର୍ଶନ ସହ ବ୍ରହ୍ମପୁର ବିଧାୟକ ହେବା ପରେ ଏବେ ଏଠାରେ ତାଙ୍କର ଦବବଦା। ସେପଟେ ୫ ଥର ବିଧାୟକ ଥିବା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କର ନିଜସ୍ୱ ଦୃଢ଼ ସଂଗଠନ ଓ ପତିଆରା ବି ରହିଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *