ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସହିଦ ନଗର ଥାନା ଏସଆଇ । ସହିଦ ନଗର ଥାନା ଏସଆଇ ପ୍ରିୟବ୍ରତ ପ୍ରଧାନଙ୍କୁ ଧରିଥିଲା ଭିଜିଲାନ୍ସ । ଜବତ ଗାଡ଼ିକୁ ଛାଡ଼ିବା ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ପ୍ରିୟବ୍ରତ ପ୍ରଧାନ । ସୂତ୍ରରୁ ପ୍ରକାଶ ସହିଦ ନଗର ଥାନା ପରିସରରେ ଜବତ ଗାଡ଼ିକୁ ଛାଡ଼ିବା ପାଇଁ ଥାନା ସବ୍ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ଲାଞ୍ଚ ନେବା ପାଇଁ ପଛାଇନଥିଲେ । ଦ୍ୱିତୀୟ କିସ୍ତି ଆକାରରେ ସବ୍ଇନ୍ସପେକ୍ଟର ପ୍ରିୟବ୍ରତ ୨ ହଜାର ଟଙ୍କା ଅଧିକ ଲାଞ୍ଚ ଦାବି କରିଥିଲେ । ତେବେ ପୂର୍ବ ଯୋଜନା ଅନୁଯାୟୀ ସହିଦ ନଗର ଥାନା ପରିସରରେ ଲାଞ୍ଚ କାରବାର ହେବା ଜାଣି ଭିଜିଲାନ୍ସ ଟିମ୍ ଏକ ଜାଲ ବିଛାଇଥିଲେ । ସେହି ଜାଲରେ ଫସିଗଲେ ସବ୍ଇନ୍ସପେକ୍ଟର ପ୍ରିୟବ୍ରତ । ସେ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା । ଏହି ଘଟଣା ବର୍ତ୍ତମାନ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । Post navigation ବ୍ଲାକରୋଜ ମାମଲା; ସିବିଆଇର ସତ୍ୟପାଠ ଦାଖଲ ପ୍ରାର୍ଥୀ ଘୋଷଣା ପରେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ପ୍ରଣବ ପ୍ରକାଶ ଦାସ