ସରଗରମ ହେଉଛି ନିର୍ବାଚନ ପ୍ରଚାର। ଚଳିତ ବର୍ଷ ବିଜେପି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗକୁ ଆଧାର କରି ରଜ୍ୟ ସରକାରଙ୍କୁ ପ୍ରଶ୍ନ ତୀରରେ ଘାଇଲା କରିବାରେ ଲାଗିଛି।  ଡୁପ୍ଲିକେଟ୍ ଚାବିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଅନ୍ତୁ କି ଗୃହମନ୍ତ୍ରୀ ଅମିତ ଶାହା ବା ଅନ୍ୟ ବିଜେପି ନେତା ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ବାରମ୍ବାର ବିଜେଡିକୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି ।

ସେହିପରିଆଠଗଡ କଖଡି ଠାରେ ପରିବର୍ତ୍ତନ ସମାବେଶରେ କଟକ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ୨୦୧୮ ଏପ୍ରିଲ ୪ ତାରିଖରେ ରତ୍ନ ଭଣ୍ଡାର ଖୋଲି ଦେଖିବାକୁ ୧୬ ଜଣ ଯାଇଥିଲେ ବୋଲି କହିବା ସହ ରତ୍ନ ଭଣ୍ଡାର ଖୋଲିଲେ, ବାହାରେ କିଛି କହିବୁନାହିଁ ବୋଲି ଶପଥ କଲେ । ତେବେ ଭଣ୍ଡାର ଚାବି ହଜିଲା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ।

ଅନ୍ୟପଟେ ମଧ୍ୟ ଗତକାଲି ଷ୍ଟାର ପ୍ରଚାରକ ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପାଣ୍ଡିଆନଙ୍କୁ ଟାର୍ଗଟ୍ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଛତାବର ସଭା ପରେ ଗଂଜାମ କବିସୂର୍ଯ୍ୟନଗର ପ୍ରଚାର ମଞ୍ଚରୁ ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ବିଜେଡି ସରକାର ଉପରେ ବର୍ଷି ହିମନ୍ତ । କହିଛନ୍ତି ରତ୍ନଭଣ୍ଡାର ଚାବି ପାଣ୍ଡିଆନ୍ ରଖିଛନ୍ତି। କେଉଁଠି ରଖିଛନ୍ତି ଶୀଘ୍ର କାଢ଼ନ୍ତୁ, ଜୁନ୍ ୧୦ ସୁଦ୍ଧା ପାଣ୍ଡିଆନ୍ ରତ୍ନଭଣ୍ଡାର ଚାବି ନକାଢ଼ିଲେ ବିଜେପି ସରକାର ଆସିବ, ଆଉ ଆମେ ଚାବି ପାତାଳରେ ଥିଲେ ବି ଖୋଜି ଆଣିବୁ। ଲୋକଙ୍କ ଇମୋସନ୍ ସହ ନଖେଳି, ତୁରନ୍ତ ରତ୍ନଭଣ୍ଡାର ଚାବି ନଦେଲେ ଜଗନ୍ନାଥଙ୍କ ଅଭିଶାପ ପଡ଼ିବ ବୋଲି କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *