ହରିୟାଣାର ନୁହରେ ଗତ ବିଳମ୍ବିତ ରାତି ପ୍ରାୟ ୧.୩୦ ଏକ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗି ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡରେ ଅନେକ ଲୋକ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ମଧ୍ୟରୁ ୬ ଜଣ ମହିଳା ଏବଂ ତିନି ଜଣ ପୁରୁଷ ରହିଛନ୍ତି। ବସ୍‌ରେ ପ୍ରାୟ ୬୦ ଜଣ ଲୋକ ଯାତ୍ରା କରୁଥିବା ସୂଚନା ମିଳିଛି ।

ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ। ଏହାପରେ ଗାଡ଼ି ଭିତରୁ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ଦୁର୍ଘଟଣାରେ ମୃତକମାନେ ପଞ୍ଜାବ ଓ ଚଣ୍ଡିଗଡ଼ର ବାସିନ୍ଦା ବୋଲି ଜଣାଯାଇଛି। ସେମାନେ ବୃନ୍ଦାବନ ଓ ମଥୁରାରୁ ଦର୍ଶନ ସାରି ଫେରୁଥିଲେ।

ସୂଚନାଅନୁସାରେ, ନୁହର ତାବଡ ଉପମଣ୍ଡଳ ସୀମାରେ ଶୁକ୍ରବାର ରାତିରେ ୬୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବୃନ୍ଦାବନରୁ ଫେରୁଥିବା ସମୟରେ ହଠାତ୍‌ ବସ୍‌ରେ ନିଆଁ ଲାଗି ଯାଇଥିଲା। ଗତ ରାତି ପ୍ରାୟ ଦେଢଟା ବେଳେ ଏହି ଅଘଟଣ ଘଟିଥିଲା। ଏହି ଦୁର୍ଘଟଣାରେ ୮ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ବହୁତ ଜଣ ଆହତ ହୋଇଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ,ବସର ତଳଭାଗରେ ପ୍ରଥମେ ଏକ ଶବ୍ଦ ହେବା ସହିତ ନିଆଁ ଲାଗି ଯାଇଥିଲା । ଏନେଇ ବସ୍‌ ଚାଳକଙ୍କୁ ସୂଚନା ଦେବାକୁ ଚେଷ୍ଟା କରିବା ବେଳେ ବସ୍‌ଟି ଦ୍ରୁତ ଗତିରେ ଚାଲି ଯାଇଥିଲା। ଏହାପରେ କିଛି ଯୁବକ ବାଇକ୍‌ରେ ବସ୍‌ ପିଛା କରି ଚାଳକଙ୍କୁ ଖବର ଦେବାରୁ ସେ ତୁରନ୍ତ ବସ୍‌ଟିକୁ ଅଟକାଇଥିଲେ। ମାତ୍ର ସେତେବେଳକୁ ବସ୍‌ରେ ନିଆଁ ବ୍ୟାପି ଯାଇଥିଲା। ଏଥିସହ ଖବର ପାଇ ମଧ୍ୟ ଅଗ୍ନିଶମ କର୍ମଚାରୀ ବିଳମ୍ବରେ ପହଞ୍ଚିବାରୁ ମୃତକଙ୍କ ସଂଖ୍ୟା ବଢ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଡ୍ରାଇଭର ବସ ଅଟକାଇବା ବେଳକୁ ସମ୍ପୂର୍ଣ୍ଣ ଗାଡିଟିକୁ ନିଆଁ ବ୍ୟାପୀ ସାରିଥିଲା । ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଗତ ରାତିରେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗି ଯାଇଥିବା ସେମାନେ ଦେଖିବାକୁ ପାଇଥିଲେ। ଏନେଇ ବସ୍‌ ଚାଳକଙ୍କୁ ସୂଚନା ଦେବାକୁ ଚେଷ୍ଟା କରିବା ବେଳେ ବସ୍‌ଟି ଦ୍ରୁତ ଗତିରେ ଚାଲି ଯାଇଥିଲା। ଏହାପରେ କିଛି ଯୁବକ ବାଇକ୍‌ରେ ବସ୍‌ ପିଛା କରି ଚାଳକଙ୍କୁ ଖବର ଦେବାରୁ ସେ ତୁରନ୍ତ ବସ୍‌ଟିକୁ ଅଟକାଇଥିଲେ। ମାତ୍ର ସେତେବେଳକୁ ବସ୍‌ରେ ନିଆଁ ବ୍ୟାପି ଯାଇଥିଲା। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଗତ ରାତିରେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗି ଯାଇଥିବା ସେମାନେ ଦେଖିବାକୁ ପାଇଥିଲେ। ଏନେଇ ବସ୍‌ ଚାଳକଙ୍କୁ ସୂଚନା ଦେବାକୁ ଚେଷ୍ଟା କରିବା ବେଳେ ବସ୍‌ଟି ଦ୍ରୁତ ଗତିରେ ଚାଲି ଯାଇଥିଲା। ଏହାପରେ କିଛି ଯୁବକ ବାଇକ୍‌ରେ ବସ୍‌ ପିଛା କରି ଚାଳକଙ୍କୁ ଖବର ଦେବାରୁ ସେ ତୁରନ୍ତ ବସ୍‌ଟିକୁ ଅଟକାଇଥିଲେ। ମାତ୍ର ସେତେବେଳକୁ ବସ୍‌ରେ ନିଆଁ ବ୍ୟାପି ଯାଇଥିଲା। ନିଆଁ ଲାଗିଥିବା ଜାଣିବା ପରେ ଅନେକ ଯାତ୍ରୀ ଝରକା ବାଟ ଦେଇ ତଳକୁ ଡେଇଁ ଜୀବନ ବଞ୍ଚାଇଥିଲେ।

Leave a Reply

Your email address will not be published. Required fields are marked *