ରାଉରକେଲା : ଆଜି କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଓଡ଼ିଶାରେ ପ୍ରବେଶ କରିଛି। ସନ୍ଧ୍ୟା ୫ଟାରେ ରାହୁଲ ଗାନ୍ଧୀ ଝାରଖଣ୍ଡରୁ ଆସି ବିରମିତ୍ରପୁରରେ ପହଞ୍ଚିଛନ୍ତି। ତାଙ୍କୁ ସେଠାରେ ଦଳ ପକ୍ଷରୁ ବିପୁଳ ସ୍ୱାଗତ କରାଯାଇଛି।

ବିରମିତ୍ରପୁରର ସୀମାନ୍ତରେ କଂଗ୍ରେସ ଦଳର ବରିଷ୍ଠ ନେତା ରାହୁଲଙ୍କୁ ଫୁଲ ଦେଇ ସ୍ୱାଗତ କରିଥିଲେ। ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ ପାଇଁ ବହୁ ଲୋକ ତଥା କଂଗ୍ରେସ କର୍ମୀ ମାନେ ସେଠାରେ ଉପସ୍ଥିତ ଥିଲେ।

ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ , କଂଗ୍ରେସର ଓଡିଶା ପ୍ରଭାରୀ ଅଜୟ କୁମାର , ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ , ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ , ବିଜୟ ପଟ୍ଟନାୟକ , ମହମ୍ମଦ ମୋକିମ , ତାରା ବାହିନୀପତି , ମହିଳା କଂଗ୍ରେସ ଅଧ୍ୟକ୍ଷା ମିନାକ୍ଷୀ ବାହିନୀପତି ଏବଂ ସ୍ଥାନୀୟ କଂଗ୍ରେସ ନେତାମାନେ ରାହୁଲଙ୍କୁ ସ୍ୱାଗତ ଜଣାଇ ଥିଲେ।

ସେଠାରେ ଉପସ୍ଥିତ ଜନତାଙ୍କୁ ରାହୁଲ ଗାନ୍ଧୀ ସମ୍ବନ୍ଧିତ କରିଥିଲେ। ଆଜି ରାତିରେ ସେ ରାମପାଲ ପଡ଼ିଆରେ ରାତ୍ରି ଯାପନ କରିବେ। ଆସନ୍ତାକାଲି ବେଦବ୍ୟାସ ଶୈବ୍ୟ ପୀଠରେ ଦର୍ଶନ କରି ରାଉରକେଲାରେ ପହଞ୍ଚିବେ। ସେଠାରେ ଏକ ରୋଡ଼ ଶୋ ରେ ସାମିଲ ହେବା ସହ ଲୋକମାନଙ୍କୁ ସମ୍ବନ୍ଧିତ କରିବେ।

ଏହି ରୋଡ଼ ଶୋ ପଦଯାତ୍ରା ଉଦିତନଗର ଆମ୍ବେଦକର ଛକରୁ ବାହାରି ପାନପୋଷ ଗାନ୍ଧୀ ଛକରେ ପହଞ୍ଚିବ। ଏହା ପରେ ରାହୁଲ ରାଜଗାଙ୍ଗପୁର , କୁତ୍ରା , ସୁନ୍ଦରଗଡ଼ ଦେଇ ଝାରସୁଗୁଡା ଯିବେ। ସେଠାରେ କାର୍ଯ୍ୟକ୍ରମ ପରେ ଛତିଶଗଡ଼ ଅଭିମୁଖେ ଯାତ୍ରା କରିବେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *