ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ପଦରେ ହଜାର ହଜାର ପଦ ଖାଲି ପଡିଛି । ଏହି ସୂଚନା ଦେଇଛନ୍ତି ଖୋଦ୍ ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡିଛି ୯୮ ହଜାର ପଦବୀ । ୪୧ଟି ବିଭାଗରେ ମୋଟ୍ ୯୮ ହଜାର ୩୪୮ ପଦବୀ ଖାଲି ପଡିଥିବା ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ।

 

ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ କହିଛନ୍ତି, ସୂଚନା ସ୍ୱାସ୍ଥ୍ୟ ବିଭାଗରେ ସର୍ବାଧିକ ୨୬ ହଜାର ୮୧୫ ପଦବୀ ଖାଲି ପଡିଛି । ଗଣଶିକ୍ଷା ବିଭାଗରେ ୨୧, ୮୪୪ ଓ ଗୃହ ବିଭାଗରେ ୭୩୧୫ ପଦବୀ ଖାଲି ପଡିଛି । ରାଜସ୍ୱ ବିଭାଗରେ ୫୮୯୨, ଉଚ୍ଚ ଶିକ୍ଷା ବିଭାଗରେ ୩୭୭୭ ପଦବୀ ଖାଲି ପଡିଥିବା ମନ୍ତ୍ରୀ କହିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *