ଶଙ୍ଖ ଦଳର କିଛି ନେତାଙ୍କର ଏବେ ବି କ୍ଷମତା ଲୋଭ ଯାଇନି । ଦିନରେ ବି ଦେଖୁଚନ୍ତି ସପ୍ନ। ନବୀନ ପୁଣି ହଉଚନ୍ତି ସିଏମ । ସେମାନେ ବି ଜଣେଜଣେ ମନ୍ତ୍ରୀ ହେଇ ନାଲିବତୀ ଗାଡିରେ ବୁଲୁଛନ୍ତି। କିନ୍ତୁ ପାଣ୍ଡିଆନ ବାବୁଙ୍କୁ ନେଇ କିଛି ସପ୍ନ ଦେଖୁଛନ୍ତି କି ନାହିଁ କହୁ ନାହାଁନ୍ତି । ମନେମନେ ଭାବୁଥିବେ ପୁଷ ଆସିଗଲେ ମାଘ କ’ଣ ଡେରି କି ? ଥରେ ନବୀନ ସିଏମ ହେଇଗଲେ ପାଣ୍ଡିଆନ ସାର ପୁଣି ଫେରିଆସିବେ ରାଜନୀତିକୁ । ହେଲିକପ୍ଟରେ ବୁଲିବେ ରାଜ୍ୟ । ସେମାନଙ୍କର ବି ଭାଉ ବଢିଯିବ।

ଶଙ୍ଖ ଦଳର ଯେଉଁ ନେତାମାନେ ପୁଣି କ୍ଷମତା ସପ୍ନ ଦେଖୁଚନ୍ତି ସେମାନେ କିନ୍ତୁ ନିଜ ବହପରେ ନୁହେଁ, ହାତ ଦଳ ସହ ମିଶି ସରକାର ଗଢିବେ ବୋଲି ଧରି ନେଇସାରିଲେଣି । ପ୍ରଥମେ ଏମିତି ସପନ‌ଭରା କାହାଣୀ ଶୁଣେଇଥିଲେ ରୁଷି ସାମନ୍ତରାୟ । ହାଚଦଳିଆଙ୍କ ସ‌ହ ମିଶି ସରକାର ଗଢିବାକୁ ବାବୁ ନବୀନ ରେଡି ବୋଲି ଶୁଣେଇଥିଲେ । କିନ୍ତୁ ମୋକିମ ତାଙ୍କୁ ପାଗଳ କହିବାରୁ ରୁଷିଙ୍କ ବୋଲତି ବନ୍ଦ ହେଇଗଲା ।

ମଝିରେ ମଝିରେ ପ୍ରମିଳା ଦିଦି ହୁଅନ୍ତୁ କି ମୁନ୍ନା ଖାଁ ଏମିତି ସପ୍ନ ଦେଖୁଥିଲେ । କିନ୍ତୁ ନିକଟରେ ଅତନୁଙ୍କ ପରି ବି ଜଣେ ପୋଖତ ନେତା ସେହି ସପନ କାହାଣୀ ଶୁଣେଇଲେ। ନିଜ ଦଳର କର୍ମୀମାନଙ୍କୁ କହିଲେ ଯେ, ଖୁବ୍ ଶୀଘ୍ର ନବୀନ ବାବୁ ସିଏମ ହଉଚନ୍ତି। କଂଗ୍ରେସ ସହ ମିଶି ସରକାର ଗଢ଼ୁଚନ୍ତି । ପଦ୍ମ ଦଳରୁ ୧୪ଜଣ ସମର୍ଥନ କରିବାର ସମ୍ଭାବନା ଅଛି । ଯେମିତି ଉଦୁଉଦିଆ ଦି’ପହରେ ଠିଆଠିଆ ସପନ ଦେଖନ୍ତି ବୋଲି ଆମେ ଜମାରୁ ଜାଣି ନଥିଲୁ । ଅତନୁ ବାବୁ ବାଉଳା ହେଇଗଲା ପରି ଲାଗୁଚି।

ହେଲେ ତାଙ୍କରି ଦଳର ବିଧାୟକ ପୁରୁଖା ନେତା ବଦ୍ରି ବାବୁ କିନ୍ତୁ ଅତନୁ ଙ୍କୁ ଭଲ କି ଧୋଇଦେଲେ । କହିଚନ୍ତି ଯେ, ଶଙ୍ଖ ଦଳିଆ କ୍ଷମତାକୁ ଫେରିବା ମିଛ କଥା । କିଏ ଏମିତି କଥା କହୁଚି କେଜାଣି ? ଲୋକେ ଭୋଟ ଦେଇଚନ୍ତି ପଦ୍ମ ଦଳିଆଙ୍କୁ। ଆମେ କେମିତି ସରକାର ଗଢିବୁ ? ଯିଏ ଏଭଳି ସପ୍ନ ଦେଖୁଚି ସେମାନଙ୍କର ମତି ବିଭ୍ରାନ୍ତି ହେଇଚି । ଯଉଁ ଶଙ୍ଖ ନେତାମାନେ ଏପରି କହୁଚନ୍ତି ସେମାନଙ୍କର କଥାର କିଛି ମୂଲ୍ୟ ନାହିଁ । ନବୀନ ବାବୁ ସେମାନଙ୍କୁ କହି ବାକୁ କହିଛନ୍ତି କି ? କିଏ ସେମାନେ ? ଆମେ କଂଗ୍ରେସ ସହ କେବେ ନଥିଲୁ । କଂଗ୍ରେସ ସହ ମିଶି ସରକାର ଗଢିବା କଥା କହି ସେମାନେ ନିନ୍ଦିତ ହଉଚନ୍ତି।

ବବି ଖୋଲାଖୋଲି ଅତନୁଙ୍କୁ ନିନ୍ଦା କଲେ ତାଙ୍କର ମତି ବିଭ୍ରାଟ ଘଟିଚି ବୋଲି କହିଲେ। କଂଗ୍ରେସ ସହ ମିଶି ସରକାର ଗଢିବା କଥା କଦାପି ନବୀନ ବାବୁ କହିନଥୁବେ ବୋଲି ଜଣାଇ ଦେଲେ।

 

Leave a Reply

Your email address will not be published. Required fields are marked *