ସିଏମଓ ୱେବସାଇଟ ଅଫିସର ଲିଷ୍ଟରେ ଏକ ନମ୍ବର ତାଲିକାରେ ଅଛନ୍ତି ଭି.କେ. ପାଣ୍ଡିଆନ । ପାଣ୍ଡିଆନ ସବୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି, ପ୍ରାର୍ଥୀଙ୍କୁ ଟିକେଟ ଦେଉଛନ୍ତି ଏବଂ ଦଳ ପରିଚାଳନା କରୁଛନ୍ତି । ଭି.କେ. ପାଣ୍ଡିଆନ ନେତା ନା ଅଫିସର ବୋଲି ପ୍ରଶ୍ନ କଲା ବିଜେପି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଅଫିସର ଲିଷ୍ଟରେ ବିଜେଡି ନେତା ପାଣ୍ଡିଆନ ରହିପାରିବେ କି ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସର ଟିକେଟ ବାଣ୍ଟିବା କିମ୍ବା ଦଳୀୟ ସଭାରେ ଭାଷଣ ଦେବା କେବେ ଦେଖା ଯାଏ ନାହିଁ । ପାଣ୍ଡିଆନ ଅଫିସର ନାଁ ନେତା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ମୁଖ୍ୟ ଶାସନ ସଚିବଙ୍କ ଠାରୁ ଉତ୍ତର ମାଗିଲା ଦଳ ।

ଆରଟିଆଇ କର୍ମୀ ମାନେ ପାଣ୍ଡିଆନଙ୍କ ସୁରକ୍ଷା ନେଇ ଗଣମାଧ୍ୟମ ଆଗରେ ତଥ୍ୟ ରଖିଥିଲେ । ଏହା ଉପରେ ପାଣ୍ଡିଆନ ଏବେ ଯାଏଁ ପ୍ରତିକ୍ରିୟା ଦେଇନାହାନ୍ତି । ପ୍ରେସମିଟ କରିବା ପାଇଁ ଓଡ଼ିଶା ପୋଲିସକୁ କିଏ ଚାପ ପକାଇଲା ? ଓଡ଼ିଶା ପୋଲିସ ବିଜେଡି ନିର୍ବାଚନ ଜିତିବା ପାଇଁ ଦାୟିତ୍ଵ ନେଇ କାମ କରୁଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *