ଢେଙ୍କାନାଳ ପରଜଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା ବିଜେଡି ସରକାରକୁ ଟାର୍ଗେଟ କରି କହିଛନ୍ତି, ନବୀନ ବାବୁ ବୁଢା ହୋଇଗଲେଣି, ତେଣୁ ତାଙ୍କୁ ରିଟାୟାର୍ଡ କରନ୍ତୁ । ଓଡ଼ିଶାରେ ତାମିଲ ବାବୁ ଶାସନ କରିପାରିବେ କି? କିନ୍ତୁ ତାମିଲ ବାବୁଙ୍କୁ ନବୀନ ବାବୁ ଓଡ଼ିଶାର ରାଜା କରିଛନ୍ତି । ଏ ବିଜେଡି ସରକାରକୁ ଉପାଡି ଫିଙ୍ଗିବା ସହ ଏହି ମାଟିର ପୁଅକୁ ମୁଖ୍ୟମନ୍ତ୍ରୀ କରିବ ବିଜେପି । ଏ ବାବୁ ମାନେ ଓଡ଼ିଶାରେ ଲୁଟ୍ କରି ଚାଲିଛନ୍ତି । ଓଡ଼ିଶାର ଖଣି ଖାଦାନକୁ ଲୁଟି ଖାଇଛନ୍ତି ।

ବିଜେପି ସରକାରର ୨ ବର୍ଷ ଭିତରେ ଦେଢ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ଦେବୁ । ଖଣିଜ ସମ୍ପଦରେ ଭରପୁର ରହିଛି ଓଡ଼ିଶା । ସମୃଦ୍ଧ ଓଡ଼ିଶାର ଜନତା ଗରିବ । ଏଠାରେ ଯୁବବର୍ଗ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ବିଜେପି ସରକାରରେ ଓଡ଼ିଶାରେ ଯୁବବର୍ଗଙ୍କୁ ନିଯୁକ୍ତି ଦିଆଯିବ । ଆୟୁଷ୍ମାନ ଯୋଜନାକୁ ନବୀନ ସରକାର ଲାଗୁ କରୁନାହାନ୍ତି । ନବୀନ ସରକାରକୁ ବିଦା କରନ୍ତୁ, ଆୟୁଷ୍ମାନ ଯୋଜନାକୁ ତୁରନ୍ତ ଓଡ଼ିଶାରେ ଲାଗୁ କରିବୁ । ବୁଣାକାରଙ୍କ କଲ୍ୟାଣ ପାଇଁ ୩୦୦୦ ଟଙ୍କା ଲେଖାଏଁ ଦେବୁ ।

ଶାହା ଆଉ ମଧ୍ୟ କହିଛନ୍ତି, ଏଥର ଓଡ଼ିଶାରେ ବିଜେପି ସରକାର ହେବାକୁ ଯାଉଛି । ଗତ ୧୦ ବର୍ଷ ମଧ୍ୟରେ ମୋଦୀ ଗରିବଙ୍କ କଲ୍ୟାଣ ପାଇଁ ଅନେକ କାମ କରୁଛନ୍ତି । ମୋଦୀ ସରକାର ୫ କିଲୋ ଲେଖାଏଁ ଚାଉଳ ଦେଉଛନ୍ତି । ସମସ୍ତଙ୍କୁ ଘର, ପାଣି, ଉଜ୍ଜଳା ଯୋଜନାରେ ଗ୍ୟାସ ଯୋଗାଇଛି ।

Leave a Reply

Your email address will not be published. Required fields are marked *