ଦିନକୁ ଦିନ ବଢୁଥିବା ଗ୍ରୀଷ୍ମ ପ୍ରବାହ ଲୋକଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଏହାରି ମଧ୍ୟରେ ଅସହ୍ୟ ତାତି ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଗଞ୍ଜାମ ଜିଲ୍ଲାରେ ସବୁ ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି। ୩ ଦିନ ପାଇଁ ଛୁଟି ଘୋଷଣା କଲା ପ୍ରଶାସନ । ୨୧, ୨୨ ଓ ୨୩ ତାରିଖରେ ସବୁ ସ୍କୁଲ୍ ଛୁଟି ଛୁଟି ରହିବ । ଶିଶୁ ବାଟିକା ଠାରୁ ଦ୍ବାଦଶ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଛୁଟି । ଏଥି ସହିତ ପଞ୍ଚମ, ଅଷ୍ଟମ ସପ୍ଲିମେଣ୍ଟାରୀ ପରୀକ୍ଷା ଜାରି ରହିବ। ଜିଲ୍ଲା କର୍ତ୍ତୃପକ୍ଷ ନିର୍ଦ୍ଦେଶ ଜାରି କରିବା ପୂର୍ବରୁ ପାଣିପାଗ ରିପୋର୍ଟ ସମୀକ୍ଷା କରିଛନ୍ତି। ପ୍ରଶାସନ କହିଛି ଯେ, ଏହି ଅସ୍ଥାୟୀ ଛୁଟି ପିଲା ଏବଂ ଶିକ୍ଷକ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଆଯାଇଛି। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଭୟଙ୍କର ହିଟ୍ ୱେଭକୁ ଦେଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷାଧିକାରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତିକୁ ନଜରରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ସେପଟେ କେନ୍ଦ୍ରାପଡ଼ା ଜିଲ୍ଲାରେ ସକାଳ ସାଢ଼େ ୬ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ହିଟ୍ ୱେଭ୍କୁ ଦେଖି ସାଢ଼େ ୬ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ୍ ପାଇଁ ନିର୍ଦ୍ଦେଶ ରହିଛି। ଅଙ୍ଗନବାଡ଼ି କେନ୍ଦ୍ର ଠାରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ପ୍ରଚଣ୍ଡ ତାତିରେ ଏବେ ଅସ୍ତବ୍ୟସ୍ତ ରାଜ୍ୟବାସୀ। ରାଜ୍ୟରେ ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହେଉଛି। ତାପମାତ୍ରା ବୃଦ୍ଧି ସହିତ ଗରମ ପବନ ଲୋକଙ୍କୁ କ୍ଲାନ୍ତ କରୁଛି। ପାଣିପାଗ ବିଭାଗ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଏହି ପରିସ୍ଥିତି ଜାରି ରହିବ ବୋଲି ସତର୍କ କରିଛି। ବିଶେଷ କରି ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହରୁ କୌଣସି ଆଶ୍ଵସ୍ତି ମିଳିବା ନାହିଁ। ଏହି ପରିପେକ୍ଷୀରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଆଗରେ ରଖି ପ୍ରଶାସନ ଏହି ପଦକ୍ଷେପ ନେଇଛି। Post navigation Akshaya Tritiya 2026: ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ ଶୁଭାରମ୍ଭ ପାଇଁ ଆସିଲା ଆଜ୍ଞାମାଳ