Chariot Construction To Begin With 'Ratha Katha Anukula' Ritual Today
ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହି ପବିତ୍ର କାର୍ଯ୍ୟର ଶୁଭାରମ୍ଭ ପାଇଁ ଶ୍ରୀମନ୍ଦିରୁ ଆଜ୍ଞାମାଳ ବିଜେ କରିଛି ।
 
ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଧି ଅନୁସାରେ ୩ ବାଡରୁ ଆଜ୍ଞାମାଳ ଅଣାଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଆଜ୍ଞାମାଳ ପାଇବା ପରେ ହିଁ ମହାରଣା, ଭୋଇ ସେବକ ଏବଂ ଅନ୍ୟ ନିଯୋଗମାନେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ ।
 
ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପାଇଁ ପୂର୍ବରୁ ନିର୍ଦ୍ଧିଷ୍ଟ କାଠ ପୁରୀରେ ପହଞ୍ଚି ସାରିଛି ।
 
ଆଜ୍ଞାମାଳ ଆସିବା ସହ ପୁରୀ ସହରରେ ରଥଯାତ୍ରାର ପ୍ରସ୍ତୁତି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଗଲା । ଆଗାମୀ ଦୁଇ ମାସ ଧରି ରଥଖଳାରେ ଶତାଧିକ ମହାରଣା, ଭୋଇ, କମାର, ଚିତ୍ରକର, ରୂପକାର ସେବକଙ୍କ ଗହଣରେ ରଥ ନିର୍ମାଣ କାର୍ଯ୍ୟ ଚାଲିବ ।

By Nirvay

Leave a Reply

Your email address will not be published. Required fields are marked *