nta-declares-session-2-result-of-jee-mains-2026
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ଆଜି JEE ମେନ୍ ସେସନ-୨ର ରେଜଲ୍ଟ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଭବେଶ ପାତ୍ର । ସେ ସର୍ବଭାରତୀୟ ସ୍ତରରେ ୧୩ତମ ରାଙ୍କ୍ ହାସଲ କରି ରାଜ୍ୟ ଟପ୍ପର ହୋଇଛନ୍ତି ।
 
ଛାତ୍ରଛାତ୍ରୀମାନେ jeemain.nta.nic.in ରେ ଏହି ପରୀକ୍ଷାର ଫଳାଫଳ ପାଇପାରିବେ । ନିଜର ଆପ୍ଲିକେସନ୍ ନମ୍ବର ଓ ଜନ୍ମ ତାରିଖ ଦେଇ ଏହି ଓ୍ବେବସାଇଟରୁ ପରୀକ୍ଷାର୍ଥୀମାନେ ସ୍କୋରକାର୍ଡ ଡାଉନଲୋଡ କରିପାରିବେ ।
 
ଚଳିତ ବର୍ଷ ମୋଟ ୧୫,୩୮,୪୬୮ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ । ତେବେ ୨୬ ଜଣ ଛାତ୍ରଛାତ୍ରୀ ୧୦୦ ପ୍ରତିଶତ ହାସଲ କରିଛନ୍ତି ।
 
JEE ମେନ୍ ସ୍କୋର JEE ଆଡଭାନ୍ସଡ୍ ପାଇଁ ଯୋଗ୍ୟତା ନିର୍ଣ୍ଣୟ କରିବା ପାଇଁ ବ୍ୟବହାର କରାଯାଏ, ଯାହା ଭାରତର ବିଭିନ୍ନ ପ୍ରତିଷ୍ଠାନରେ ଇଞ୍ଜିନିୟରିଂ, ଆର୍କିଟେକ୍ଚର ଏବଂ ପ୍ଲାନିଂରେ ସ୍ନାତକୋତ୍ତର କାର୍ଯ୍ୟକ୍ରମ ପାଇଁ ପ୍ରବେଶ ଦ୍ୱାର ଭାବରେ କାର୍ଯ୍ୟ କରେ ।

By Nirvay

Leave a Reply

Your email address will not be published. Required fields are marked *