ଆଜିଠୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ । ଓଡିଶାରେ ଭାଜପା ସରକାର ଗଠନ ହେବା ପରେ ପ୍ରଥମଥର ପାଇଁ ବିଧାନସଭାରେ ୩ ଦିନିଆ ଅଧିବେଶନ ଆରମ୍ଭ ହୋଇଛି। ୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନେ ଆଜି ଶପଥ ଗ୍ରହଣ କରୁଛନ୍ତି। କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ନେଇଥିବା ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ନିର୍ବାଚିତ ସଦସ୍ୟଙ୍କ ଶପଥ ପାଠ କରାଉଛନ୍ତି। ନିୟମାନୁଯାୟୀ ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ଓ ପ୍ରଭାତୀ ପରିଡା ମଧ୍ୟ ବିଧାନସଭାରେ ବିଧାୟକ ଭାବେ ଶପଥଗ୍ରହଣ କରିଛନ୍ତି । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମସ୍ତଙ୍କୁ ଶପଥପାଠ କରାଇଛନ୍ତି । ଏହା ପରେ ପରେ ବିଧାୟକ ମାନେ ଜଣେ ଜଣେ କରି ଶପଥ ନେଉଛନ୍ତି । ଏଥର କିନ୍ତୁ ଅନେକ ପୁରୁଣା ମୁହଁଙ୍କୁ ମିଳିଛି ନୂଆ ପରିଚୟ। ନବୀନ ପଟ୍ଟନାୟକ ଏଥର ଆଉ ମୁଖ୍ୟମନ୍ତ୍ରୀ ନୁହେଁ ବରଂ ବିରୋଧୀ ଦଳ ଆସନରେ ବସିଛନ୍ତି। ହିଞ୍ଜିଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ସେ ଶପଥ ନେଇଛନ୍ତି। ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ବିଧାୟକଙ୍କୁ ଶପଥ ପାଠ କରାଇଛନ୍ତି। ସନ୍ଧ୍ୟା ୫ଟା ଯାଏ ଚାଲିବ ଶପଥ ପାଠ କାର୍ଯ୍ୟକ୍ରମ । ଆଜି ଓ କାଲି ଦୁଇ ଦିନ ବିଧାୟକଙ୍କୁ ଶପଥ ପାଠ କରାଯିବ । ଏଥର ବିଧାନସଭାକୁ ୮୨ ଜଣ ନୂଆ ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି । ଆସନ୍ତା ୨୦ ତାରିଖରେ ରାଜ୍ୟରେ ନୂଆ ବାଚସ୍ପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ୧୯ ତାରିଖରେ ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ୨୦ରେ ବାଚସ୍ପତି ପଦ ଲାଗି ଭୋଟିଂ ହେବାକୁ ଥିବାବେଳେ କେତେଜଣ ଏଥିଲାଗି ନାମାଙ୍କନ ଦାଖଲ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ନୂଆ ବାଚସ୍ପତି ନିର୍ବାଚନ ପରିଚାଳନା ମଧ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ କରାଇବେ। ତ୍ରିସ୍ତରୀୟ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ବିଧାନସଭା। Post navigation ଇସ୍ତଫା ଦେଲେ ରାହୁଲ ଗାନ୍ଧୀ ସାଇକେଲ୍ ଚଢି ବିଧାନସଭାରେ ପହଞ୍ଚିଲେ ସିଦ୍ଧାନ୍ତ ମହାପାତ୍ର