ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ କେନ୍ଦ୍ର ସରକାର ଜାନୁଆରୀ ୨୨ରେ ଅଧା ଦିନ ଛୁଟି ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ସମସ୍ତ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟ ଅଧା ଦିନ ପାଇଁ ବନ୍ଦ ରହିବ । କେନ୍ଦ୍ର ସରକାରଙ୍କ ଅନୁସାରେ, ଜାନୁଆରୀ ୨୨ରେ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ କର୍ମଚାରୀଙ୍କ ଅନୁରୋଧ ପରେ କେନ୍ଦ୍ରୀୟ ଅନୁଷ୍ଠାନଗୁଡିକୁ ଅଧା ଦିନ ପାଇଁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି ।

 

କାର୍ମିକ ମନ୍ତ୍ରାଳୟ ଦ୍ୱାରା ଜାରି ଅଧିସୂଚନା ଅନୁସାରେ ସାରା ଦେଶରେ ସମସ୍ତ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରୀୟ ଅନୁଷ୍ଠାନ ଏବଂ କେନ୍ଦ୍ରୀୟ ଉଦ୍ୟୋଗ ସଂସ୍ଥା ଅପରାହ୍ଣ ୨.୩୦ ଯାଏ ଅଧା ଦିନ ପାଇଁ ବନ୍ଦ ରହିବ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *