ଆଇଗିଣିଆ ଫ୍ଲାଏଓଭର ଦବିବା ଘଟଣାର ତଦନ୍ତ ଆରମ୍ଭ କରିଛି ଏନ୍‌ଏଚ୍‌ଏଆଇ। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଫ୍ଲାଏ ଓଭର କିଭଳି ଦବିଯାଉଛି ତାକୁ ନେଇ ତନାଘନା ଆରମ୍ଭ ହୋଇଛି। ଠିକାସଂସ୍ଥାର ନିମ୍ନମାନର କାମ ଯୋଗୁଁ ଜୀବନ ବିପନ୍ନ ହେଉଥିବା ଅଭିଯୋଗ ହେବା ପରେ କର୍ତ୍ତୃପକ୍ଷ ତତ୍ପର ହୋଇଛନ୍ତି। ତଦନ୍ତରେ ଠିକା ସଂସ୍ଥାର ଅବହେଳା ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏନ୍‌ଏଚ୍‌ଏଆଇ ପକ୍ଷରୁ କୁହାଯାଇଛି। ଏ ନେଇ ଏନ୍‌ଏଚ୍‌ଏଆଇ ଓଡ଼ିଶା ମୁଖ୍ୟ ବୀରେନ୍ଦ୍ର ସିଂ କହିଛନ୍ତି, ରାସ୍ତା କାହିଁକି ଦବିଗଲା ସେ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି। ନିର୍ମାଣକାରୀ ସଂସ୍ଥାକୁ ରାତି ଭିତରେ ମରାମତି କରି‌ବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *