ଆଡ଼ପ ମଣ୍ଡପ ବିଜେ ବେଳେ ତଳକୁ ଖସିପଡିଲେ ପ୍ରଭୁ ବଳଭଦ୍ର। ୭ ଜଣ ସେବାୟତ ଆହତ ହୋଇଛନ୍ତି। ଏ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ଆଡ଼ପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ଼ ଠାକୁରଙ୍କ ଚାରମାଳରେ ଘଟିଥିବା ଅଘଟଣ ବିଷୟରେ ଜାଣି ଜଗନ୍ନାଥ ପ୍ରେମୀ ଓ ଓଡ଼ିଶାବାସୀଙ୍କ ଦୁଃଖରେ ସେ ମର୍ମାହତ ବୋଲି ଟ୍ୱିଟ କରି କହିଛନ୍ତି। ଏହି ଅଘଟଣରେ ଆହତ ସେବାୟତମାନଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରିଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାର ଯେପରି ପୁନରାବୃତ୍ତି ନହେଉ ସେଥିପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *