ଅଲ୍ ଓଡ଼ିଶା ମେଡିକାଲ୍ ପିଜି ପରୀକ୍ଷା ପେପର୍ ଲିକ୍ । ରାଜ୍ୟ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ଗୁରୁତର ଅନିୟମିତତା ଦେଖିବାକୁ ମିଳିଛି। ଏମକେସିଜି ମେଡିକାଲ କଲେଜରେ ଅନୁଷ୍ଠିତ ପିଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସାମ୍ନାକୁ ଆସିଛି। ଏକ ହ୍ୱାଟ୍ସ ଆପ୍ ଗ୍ରୁପରେ ପେପର୍ ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ଲକ୍ଷ ଲକ୍ଷ ଟଙ୍କା ବଦଳରେ ପରୀକ୍ଷାର୍ଥୀ ପାଉଛନ୍ତି ପ୍ରଶ୍ନପତ୍ର। ୱାଟ୍ସ୍ ଆପ୍ ଗ୍ରୁପ୍ରେ ଘୂରିବୁଲୁଛି ପ୍ରଶ୍ନପତ୍ର କପି । ୨୦୨୩-୨୬ ବ୍ୟାଚର ଜେନେରାଲ ସର୍ଜରୀ MD MS ପରୀକ୍ଷା ପୂର୍ବରୁ ହ୍ବାଟ୍ସ ଆପ୍ ଗ୍ରୁପ୍ର ପ୍ରଶ୍ନପତ୍ର ଦିଆଯାଉଥିବା ଦେଖିବାକୁ ମିଳିଛି । ଅଭିଯୋଗ ପରେ ଏହି ପ୍ରଶ୍ନପତ୍ର ଲିକ ରାକେଟରେ ଜଣେ ଡାକ୍ତରି ଛାତ୍ର ଓ ଅନୁଷ୍ଠାନର ବରିଷ୍ଠ କିରାଣୀ ସଂଶ୍ଳିଷ୍ଟ ଥିବା ନେଇ ଅନୁମାନ କରାଯାଉଛି। ଲକ୍ଷାଧିକ ଟଙ୍କା ବଦଳରେ ବିଦ୍ୟାର୍ଥୀଙ୍କ ବିଭିନ୍ନ ୱାଟସଅପ୍ ଗ୍ରୁପରେ ପ୍ରଶ୍ନ ପତ୍ରର କପି ପଠା ଯାଉଥିବା ଜଣାଯାଇଛି। ସେହିପରି ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲକୁ ଏହି ପ୍ରଶ୍ନପତ୍ର ବିକ୍ରି ହୋଇଥିବା ସୂଚନା ମିଳିଛି। ଘଟଣା ପ୍ରଘଟ ହେବା ପରେ ବିଶ୍ୱବିଦ୍ୟାଳୟରେ ହୋଇଥିବା ଅଭିଯୋଗ ଭିତ୍ତିରେ ତଦନ୍ତ ଆରମ୍ଭ ହୋଇଛି। Post navigation भारतीय हॉकी टीमों के लिए ‘केसरिया’ जर्सी अपनाने पर हॉकी इंडिया का स्पष्टीकरण Senior Odisha BJP Leaders And MPs Hold Key Meeting In New Delhi