ହୀରାକୁଦ ଡ୍ୟାମ୍‌ର ୨ଟି ଗେଟ୍ ଖୋଲା। ପ୍ରବଳ ବର୍ଷା ଯୋଗୁଁ ମହାନଦୀକୁ ପ୍ରଚୁର ପରିମାଣରେ ବନ୍ୟା ଜଳ ପ୍ରବେଶ କରୁଛି । ଯାହାଫଳରେ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମ୍‌ର ଦକ୍ଷିଣ ପାର୍ଶ୍ୱର ୧ଟି ଓ ବାମ ପାର୍ଶ୍ୱର ୧ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ଯାଇଛି । ଜଳଭଣ୍ଡାରରେ ୬୨୦ ଫୁଟକୁ ଛୁଇଁଛି ଜଳସ୍ତର। ସେକେଣ୍ଡରେ ୨ ଲକ୍ଷ ୮୪ ହଜାର ୫୩୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୬୫ ହଜାର ୨୫୬ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

 

Leave a Reply

Your email address will not be published. Required fields are marked *