ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ସେ କହିଛନ୍ତି ବୈତରଣୀରେ ବନ୍ୟା ସ୍ଥିତି ରହିଥିବା ବେଳେ ମହାନଦୀ ଓ ଦୟାର ତଳି ଅଞ୍ଚଳରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ ।

ଯନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଏବେ ହୀରାକୁଦରେ ଜଳସ୍ତର ୬୧୬ ଫୁଟ ରହିଛି । ଦୁଇଟି ଗେଟ୍ ଦେଇ ପାଣି ଛଡା ଯାଉଥିଲେ ବି ତେଲ ନଦୀ ବେସିନ ସହ ବଲାଙ୍ଗିର, ଖଇରମାଳରେ ଅଧିକ ବର୍ଷା ଯୋଗୁଁ ଗୁରୁବାର ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୮.୫ରୁ ୪ ଲକ୍ଷ କ୍ୟୁସେକ ପାଣି ଆସିବ । ଫଳରେ ଶୁକ୍ରବାର ଦୟା ନଦୀ ଓ ମହାନଦୀର ତଳି ଅଞ୍ଚଳରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ । ନିମାପଡା, କଣାସ, ଗୋପ, ଅସ୍ତରଙ୍ଗ ଅଞ୍ଚଳରେ ବନ୍ୟା ପାଣି ପଶିବ

ଦିଲ୍ଲୀପ ରାଉତ କହିଛନ୍ତି ଏବେ ଯାଜପୁର, ଦଶରଥପୁର, ଧାମନଗର, ଚାନ୍ଦବାଲିରେ ବନ୍ୟା ପାଣି ପଶିଛି । ଭଦ୍ରକରେ ସ୍ଥିତି ଆସନ୍ତାକାଲି ସୁଦ୍ଧା ସୁଧୁରିବ ବୋଲି ଆଶା କରାଯାଉଛି ।ଆନନ୍ଦପୁର ଓ ଯାଜପୁର ଏକ ଛୋଟ ଘାଇ ହୋଇଛି । ପାଣି କମିଲେ ମରାମତି କରାଯିବ ।

Leave a Reply

Your email address will not be published. Required fields are marked *