୪ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସକାଳରେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ । ସରକାରୀ ସୂତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ତାଙ୍କର ନିର୍ଦ୍ଧାରିତ ସରକାରୀ କାର୍ଯ୍ୟକ୍ରମରେ ଦିଲ୍ଲୀ ଗସ୍ତ କରିଥିବା ସୂଚନା ମିଳିଛି । କିନ୍ତୁ କେଉଁ ସବୁ ସରକାରୀ କାମ ଓ ବୈଠକ ସମ୍ପର୍କରେ ବିବରଣୀ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଦିଲ୍ଲୀରେ ରହଣି ସମୟରେ, ମୁଖ୍ୟମନ୍ତ୍ରୀ ମାଝୀ ରାଜ୍ୟର ବିକାଶ ଏବଂ ଅନ୍ୟାନ୍ୟ ପ୍ରଶାସନିକ ପ୍ରସଙ୍ଗ ସହିତ ଜଡିତ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା ପାଇଁ ଅନେକ କେନ୍ଦ୍ର ମନ୍ତ୍ରୀଙ୍କ ସହ ବୈଠକ କରିବେ ବୋଲି ଆଶା କରାଯାଉଛି। Post navigation Share Market Education in Odisha: କଲେଜ ଛାତ୍ରଛାତ୍ରୀ ପଢ଼ିବେ ସେୟାର ମାର୍କେଟ୍ ପାଠ Odisha Floods Alert: ବନ୍ୟାରେ ୪ ଜଣଙ୍କର ମୃତ୍ୟୁ ସହ ରାଜ୍ୟର ୬ ଜିଲ୍ଲାର ୪୪ ବ୍ଲକ ପ୍ରଭାବିତ : SRC