ବଢୁଛି ମହାନଦୀ ଜଳସ୍ତର । ଉପର ଜଳଭଣ୍ଡାରରେ ପ୍ରବଳ ବର୍ଷା ଯୋଗୁଁ ମୁଣ୍ଡଳି ବ୍ୟାରେଜରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ, ଆସନ୍ତାକାଲି ରାତି ସୁଦ୍ଧା ନଦୀ ଏହାର ସର୍ବୋଚ୍ଚ ସ୍ତରକୁ ପହଞ୍ଚିପାରେ ବୋଲି ଜଣାପଡ଼ିଛି । ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଉଥିବାରୁ ଜନସାଧାରଣଙ୍କ ସୁରକ୍ଷା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ନିଷେଧ ଆଦେଶ ଜାରି କରାଯାଇଛି। କଟକଣା ଅନୁଯାୟୀ ମହାନଦୀ ଓ ଶାଖା ନଦୀ ସହ ସବୁ ଘାଟରେ ଲୋକଙ୍କ ପ୍ରବେଶ ବାରଣ କରାଯାଇଛି । ବାଲିଯାତ୍ରା ତଳ ପଡ଼ିଆରେ ଜନସମାଗମ, ସଭାସମିତି ହେବ ନାହିଁ । ବ୍ୟାରେଜ୍, ସେତୁ ଓ ଆନିକଟ ବ୍ରିଜରେ ଛିଡ଼ା ହେବା ଉପରେ ରୋକ୍ ମଧ୍ୟ ଲଗାଯାଇଛି। ଏଥି ସହିତ ତଳିଆ ଅଞ୍ଚଳ ଓ ନଦୀବନ୍ଧ ନିକଟରେ ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ କରାଯାଇଛି । ନିୟମ ଉଲ୍ଲଙ୍ଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦିଆଯାଇଛି । Post navigation Ratha Jatra 2026: ରଥଯାତ୍ରାର ସଫଳ ଆୟୋଜନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ଆଇନ ମନ୍ତ୍ରୀ Indian Idol 16 winner Jyotirmayee: ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ