ପରୀକ୍ଷା ପତ୍ର ଲିକ୍ ପ୍ରସଙ୍ଗରେ ଦେଶବ୍ୟାପୀ ପ୍ରତିବାଦରେ ଅଂଶଗ୍ରହଣ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ପୋଲିସ ବଳର ଅତ୍ୟଧିକ ବ୍ୟବହାର ଅଭିଯୋଗ କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ନେଇ ଆଜି ସୁପ୍ରିମକୋର୍ଟ ନିଜ ମତ ପ୍ରକାଶ କରିଛନ୍ତି। ଆନ୍ଦୋଳନରତ ଛାତ୍ରଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଉଦ୍ବେଗ ପ୍ରକାଶ କରି ସେ କହିଛନ୍ତି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ସମାନ ପ୍ରୋଟୋକଲର ଆବଶ୍ୟକତା ରହିଛି । ସେ ଆଉ ମଧ୍ୟ କହିଛନ୍ତି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସମସ୍ତଙ୍କ ସାମ୍ବିଧାନିକ ଅଧିକାର । କେବଳ ଯେ ଆନ୍ଦୋଳନ କଲେ ଲାଠିମାଡ଼ ଆଦୌ ଯଥାର୍ଥ ନୁହେଁ । ଯଦି ଆନ୍ଦୋଳନରେ କୌଣସି ଅସାମାଜିକ ତତ୍ତ୍ୱ ପ୍ରବେଶ କରୁଛନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ । ଭିଡ଼କୁ ସମ୍ଭାଳିବା ପାଇଁ ପୋଲିସକୁ କାହିଁକି ପର୍ଯ୍ୟାପ୍ତ ସୁରକ୍ଷା ଉପକରଣ ଦିଆଗଲାନି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। Post navigation Sonam Wangchuk Discharged from Gurugram Hospital ACF Soumya Ranjan Death Case: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଆତ୍ମସମର୍ପଣ କଲେ ପୂର୍ବତନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା