ଗଞ୍ଜାମରେ ପୁଲିସର ବଡ଼ ଆକ୍ସନ୍। କୋଦଳା-ସିଂହାସିନି ରୋଡ୍ରେ ଏନ୍କାଉଣ୍ଟର କଲା ଗଞ୍ଜାମ ପୋଲିସ । ଏହି ଏନକାଉଣ୍ଟରରେ ପୁରୁଷୋତ୍ତମପୁର ଅଞ୍ଚଳର କୁଖ୍ୟାତ ଅପରାଧୀ ଘନଶ୍ୟାମ ବେହେରା ଓରଫ କାଳିଆ ଆହତ ହୋଇଛି। ହତ୍ୟା, ହତ୍ୟା ଉଦ୍ୟମ, ଚୋରି, ଡକାୟତି ଭଳି ମାମଲାରେ ସଂପୃକ୍ତ ଥିଲା କାଳିଆ । ପୋଲିସ ଉପରକୁ ବୋମା ପକାଇଥିବାରୁ ପାଲଟା ଜବାବରେ ଏନ୍କାଉଣ୍ଟର ସମୟରେ କାଳିଆର ଆଣ୍ଠୁରେ ଗୁଳି ବାଜିଥିଲା। ଆହତ ଅଭିଯୁକ୍ତକୁ ହେପାଜତକୁ ନେଇ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି। Post navigation Bahuda Jatra: ବାହୁଡ଼ା ଯାତ୍ରାରେ ଆରମ୍ଭ ହେଲା ପହଣ୍ଡି Pahandi Bije Niti: ଶ୍ରୀମନ୍ଦିରକୁ ବାହୁଡ଼ିବେ ବୋଲି ରଥରେ ବିରାଜିଲେ କାଳିଆ ସାଆନ୍ତ