ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାବାହୁ । ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଆଜି ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପହଣ୍ଡି ବିଜେ । ଜନ୍ମବେଦୀକୁ ଛାଡ଼ି ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଛନ୍ତି ଚତୁର୍ଦ୍ଧାମୂରତି । ରଥରେ ବିରାଜମାନ ହୋଇଛନ୍ତି ତିନି ଭାଇ ଭଉଣୀ। ବାହୁଡ଼ା ଯାତ୍ରାକୁ ନେଇ ସମଗ୍ର ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇଉଠିଛି । ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବାବେଳେ ଘଣ୍ଟ, ଘଣ୍ଟା, ଶଙ୍ଖଧ୍ୱନି ଓ ହୁଳହୁଳିରେ ପରିବେଶ ଭକ୍ତିମୟ ହୋଇଉଠିଛି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଭଦ୍ର ପହଣ୍ଡିରେ ଗୁଣ୍ଡିଚା ମନ୍ଦିରରୁ ଆସି ରଥାରୁଢ଼ ହୋଇଥିଲେ । ଏହାପରେ ଭଉଣୀ ସୁଭଦ୍ରାଙ୍କୁ ଶୂନ୍ୟ ପହଣ୍ଡିରେ ରଥାରୁଢ କରାଯାଇଛି । ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ହୋଇଛନ୍ତି । Post navigation Ganjam Encounter: ଗଞ୍ଜାମରେ ପୁଲିସର ଏନକାଉଣ୍ଟର