ଗତକାଲି ବିଳମ୍ବିତ ରାତିରେ ରଥଯାତ୍ରାର ପଞ୍ଚମ ଦିବସରେ ହେରାପଞ୍ଚମୀ ନୀତିକାନ୍ତି ପାଳନ ହୋଇଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଗୁଣ୍ତିଚା ମନ୍ଦିର ଜନ୍ମ ବେଦୀକୁ ଆସିଛନ୍ତି । ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣି ନ ଥିବାରୁ ଅଭିମାନରେ ମହାପ୍ରଭୁଙ୍କ ରଥ ନନ୍ଦିଘୋଷ ରଥ ନିକଟରେ ପହଞ୍ଚି ହଂସପଟାର କିଛି ଅଂଶ ଭାଙ୍ଗିଛନ୍ତି । ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକମାନେ ମାଜଣା କରିବା ପରେ ବନକ ଲାଗି, ପାଟ ଶାଢ଼ି, ଅଳଙ୍କାର ଇତ୍ୟାଦି ଲାଗି ହୋଇ ବେଶ କରିଥିଲେ । ଶ୍ରୀମନ୍ଦିରରୁ ଏକ ବିମାନରେ ବିରାଜମାନ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସିଥିଲେ ମହାଲକ୍ଷ୍ମୀ । ପ୍ରତ୍ୟେକ ବର୍ଷ ଏହି ମାନବୀୟ ଲୀଳାରେ ସାମିଲ ହେବା ପାଇଁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ଏହି ଦିବ୍ୟ ନୀତି ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପରମ୍ପରା । Post navigation Andy Burnham Becomes New UK Prime Minister 4 Indians Killed after Russian Missile Strike on Ukrainian Ship