ସରକାର ଓ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ସତ୍ତ୍ୱେ ରଥଯାତ୍ରାରେ ବଡ଼ ଅଘଟଣ ଘଟିଛି । ବଡ଼ଦାଣ୍ଡ ସ୍ଥିତି ମରିଚିକୋଟ ଛକଠାରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ରବିବାର ପୁଲିସର ହସ୍ତଗତ ହୋଇଛି। ମୃତକଙ୍କ ଛାତି ପଞ୍ଜରା ହାଡ଼ଗୁଡ଼ିକ ଭାଙ୍ଗି ଯାଇଥିବା ରିପୋର୍ଟରେ ଡାକ୍ତର ଉଲ୍ଲେଖ କରିଛନ୍ତି। ତେଣୁ, ଦଳାଚକଟା ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ସେଥିରୁ ସ୍ପଷ୍ଟ ହୋଇଛି।

Leave a Reply

Your email address will not be published. Required fields are marked *