Fake Promotion Order in Name of Panchayati Raj Dept Goes Viral; Secretary Alerts All Collectors
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି । ବିଭାଗୀୟ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ସତର୍କ କରାଇଛନ୍ତି ଏବଂ ଏହି ପ୍ରକାର ଜାଲ୍‌ ଆଦେଶକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି ।
 
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜିପିଡିଓ ଏବଂ ପିଏ ପଦରେ ପଦୋନ୍ନତି ନାଁରେ ଏକ ନକଲି ଆଦେଶ ପ୍ରସ୍ତୁତ କରାଯାଇ ସାମାଜିକ ଗଣମାଧ୍ୟମରେ ପ୍ରସାର କରାଯାଉଛି ।  ବିଭାଗ ପକ୍ଷରୁ ଏହି ନକଲି ଆଦେଶକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରାଯାଇଛି । ଏଥିସହ ଏହି ଘଟଣାର ସାଇବର ତଦନ୍ତ ଏବଂ FIR ରୁଜୁ ପାଇଁ ଗୃହ ବିଭାଗକୁ ଅବଗତ କରାଯାଇଛି ।
fake-promotion-order-in-name-of-panchayati-raj-dept-goes-viral-secretary-alerts-all-collectors

By Nirvay

Leave a Reply

Your email address will not be published. Required fields are marked *