ଶରଧାବାଲିରେ ୩ ରଥ । ଶରଧାବାଲିରେ ୱାନ ୱେ ଦର୍ଶନ ବ୍ୟବସ୍ଥା ନେଇ ଆଜି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେ କହିଛନ୍ତି ଆସନ୍ତାକାଲି ସନ୍ଧ୍ୟା ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଡପ ବିଜେ ନୀତି । ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସମ୍ମୁଖରୁ ଦର୍ଶନ କରି ଶରଧାବାଲି ବାଟେ ବାହାରିବେ ଶ୍ରଦ୍ଧାଳୁ । ଗତବର୍ଷର ଅଘଟଣକୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ଆପଣା ଯାଇଛି । ଏହା ସହ ଟାହିଆ ନ ଲାଗିବା ପ୍ରସଙ୍ଗରେ ଅରବିନ୍ଦ ପାଢୀ କହିଛନ୍ତି ମନ୍ଦିର ପ୍ରଶାସନର କୌଣସି ଭୂମିକା ନାହିଁ ।ଏହା ସମ୍ପୂର୍ଣ୍ଣ ଭାବେ ସେବକଙ୍କ ଦ୍ବାରା ନିୟନ୍ତ୍ରିତ ହୋଇଥାଏ । ଟାହିଆର ଓଜନ ଅଧିକ ଥିବାରୁ ଏହାକୁ ବାଧ୍ୟ ହୋଇ ଖୋଲିବାକୁ ପଡ଼ିଲା। Post navigation Khadial NAC Chairman, Councillors Join BJP: ବିଜେପିରେ ଯୋଗ ଦେଲେ ଖଡିଆଳ ବିଜ୍ଞାପିତ ପରିଷଦ ଅଧ୍ୟକ୍ଷଙ୍କ ସମେତ ଛଅ ଜଣ କାଉନସିଲର Government Likely to Introduce 5 Key Bills in Monsoon Session