ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ସେପ୍ଟେମ୍ବର ୧୯ ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ଏସିଆନ୍ ଗେମ୍ସ ପାଇଁ ୧୫ ଜଣିଆ ମହିଳା ଭାରତୀୟ ଦଳ ଘୋଷଣା ହୋଇଛି । T20 ବିଶ୍ୱକପ୍ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେବା ପରେ ହରମନପ୍ରୀତ କୌରଙ୍କୁ ଅଧିନାୟକ ଭାବରେ ବଜାୟ ରଖାଯାଇଛି। ସେହିପରି ସ୍ମୃତି ମନ୍ଧାନାଙ୍କୁ ଉପ-ଅଧିନାୟିକା ଦାୟିତ୍ୱ ମିଳିଛି ।

ଚଳିତବର୍ଷ ସେପ୍ଟେମ୍ବରରେ ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ୨୦୨୬ ଏସୀୟ କ୍ରୀଡାରେ ଭାରତୀୟ ଦଳ ପ୍ରବେଶ କରିବ ।  ଚୀନରେ ହାଙ୍ଗଜୌରେ ଅନୁଷ୍ଠିତ ଗତ ଏସୀୟ କ୍ରୀଡା (୨୦୨୩)ରେ ଭାରତ ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା କ୍ରିକେଟ୍ ସ୍ୱର୍ଣ୍ଣ ପଦକ ଜିତିଥିଲା । ତେଣୁ ଏଥର ସ୍ୱର୍ଣ୍ଣ ପଦକ ବଜାୟ ରଖିବାକୁ ଲଢେଇ କରିବ ।

Leave a Reply

Your email address will not be published. Required fields are marked *