ଝାରପଡ଼ା ଜେଲ ଭିତରେ ଜଣେ ୫୫ ବର୍ଷୀୟ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତାରିଣୀ ବସ୍ତିର ବାସିନ୍ଦା ଜବାନ ନାୟକ। ଡକାୟତି ଓ ହତ୍ୟା ମାମଲାର ସଜା କାଟୁଥିଲେ ଜବାନ ନାୟକ । ରିପୋର୍ଟ ଅନୁଯାୟୀ, ରବିବାର ରାତିରେ ନାୟକ ରାତ୍ରୀଭୋଜନ କରି ଶୋଇବାକୁ ଯାଇଥିଲେ। ସୋମବାର ସକାଳେ ସେ ନ ଉଠିବାରୁ ଜେଲ କର୍ମଚାରୀମାନେ ଚିକିତ୍ସା ପାଇଁ ନେବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ସହ ଜବାନ ଅନେକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ ବୋଲି ଜଣାପଡ଼ିଛି। Post navigation Murder Case in BBSR: ରାଜଧାନୀରେ ଯୁବକଙ୍କୁ ଲୁହା ରଡ୍ରେ ପିଟି ପିଟି ହତ୍ୟା New School Management Committees: ଜୁଲାଇ ୧ ରୁ ସମସ୍ତ ସ୍କୁଲରେ ନୂତନ ସ୍କୁଲ ପରିଚାଳନା କମିଟି ଗଠନ କରିବେ ରାଜ୍ୟ ସରକାର