ସ୍ୱାବଲମ୍ବୀ ଯୁବକଙ୍କ ଉପରେ ରାଜ୍ୟ ସରକାରଙ୍କ ଫୋକସ୍ । ଜୁନ୍ ୧୨ରୁ ବ୍ଲକସ୍ତରରେ ଅନୁଷ୍ଠିତ ହେବ ‘ସ୍ୱାବଲମ୍ବୀ ଯୁବ-ସମୃଦ୍ଧ ଓଡ଼ିଶା ସମାବେଶ’। ରାଜ୍ୟର ଯୁବପିଢ଼ୀଙ୍କୁ ସ୍ୱାବଲମ୍ବୀ କରିବା, ଉଦ୍ୟୋଗୀ ସୃଷ୍ଟିକୁ ପ୍ରୋତ୍ସାହନ ଦେବା ଏବଂ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ବଢ଼ାଇବା ଲକ୍ଷ୍ୟରେ ରାଜ୍ୟ ସରକାର ସମଗ୍ର ରାଜ୍ୟର ବ୍ଲକସ୍ତରରେ ‘ସ୍ୱାବଲମ୍ବୀ ଯୁବ–ସମୃଦ୍ଧ ଓଡ଼ିଶା ସମାବେଶ’ ଆୟୋଜନ କରିବେ । ଏନେଇ ଦକ୍ଷତା ବିକାଶ ଓ ଏମ୍ଏସ୍ଏମ୍ଇ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଜାରି କରାଯାଇଛି । Post navigation Monsoon likely to enter Odisha in Next 2–3 Days, says IMD DRDO conducts successful Missile Test at ITR Chandipur