କୋରାପୁଟର କୋଟିଆରେ ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ ।କୋଟିଆ ପଞ୍ଚାୟତର ନେରେଡିବାଲସା ଗାଁରେ ଦାଣ୍ଡି ଗାଁରୁ ନେରେଡିବାଲସା ପର୍ଯ୍ୟନ୍ତ ନିର୍ମିତ ରାସ୍ତାର ଉଦ୍‌ଘାଟନ କରିଛନ୍ତି ଆନ୍ଧ୍ରର ଆଦିବାସୀ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ । ଏହା ସହିତ ଗାଁର ସୀମାନ୍ତ ବାସୀଙ୍କୁ ଏକତ୍ର କରି ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିବା ଜଣାପଡ଼ିଛି । ମନ୍ତ୍ରୀଙ୍କ ଗସ୍ତକୁ ନେଇ ପୂରା ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

 

Leave a Reply

Your email address will not be published. Required fields are marked *