ଗତ ୧୬ ତାରିଖରେ ପୁଣିଥରେ ଜଣେ ସରକାରୀ ଅଧିକାରୀ ବିଜେପି ନେତା ଅରିନ୍ଦମ ରାୟଙ୍କ ଦ୍ୱାରା ଦୁର୍ବ୍ୟବହାରର ଶିକାର ହୋଇଛନ୍ତି । ବିଜେପି କ୍ଷମତାକୁ ଆସିବା ପରେ ଦଳର ନେତା ଓ କର୍ମୀ ବାରମ୍ବାର ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଓ ଘଟଣାରେ ସରକାର ଚୁପ୍ ରହିବାକୁ ନେଇ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ ଓ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି, ବିଜେପି ସରକାରରେ ସରକାରୀ ଅଧିକାରୀ ମାନେ ବାରମ୍ବାର ଦୁର୍ବ୍ୟବହାରର ଶିକାର ହେବା ଘଟଣାକୁ ତୀବ୍ର ନିନ୍ଦା କରିଥିଲେ । ବିଜେପି ସରକାରକୁ ଆସିଲା ପରେ ରାଜ୍ୟରେ ରାଜ୍ୟରେ ହିଂସା, ନାରୀ ନିର୍ଯାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି । ସରକାରଙ୍କ ଛତ୍ରଛାୟା ତଳେ ରହି ହିଂସା ଘଟାଇବାକୁ ପଛାଉ ନାହାନ୍ତି ବିଜେପି ନେତା ଓ କର୍ମୀ । ଏପରି ଘଟଣାରେ ସରକାର ଚୁପ୍ ରହିବା ଦୁର୍ଭାଗ୍ୟଜନକ । ଇପ୍ସୀତା ସାହୁ କହିଥିଲେ ଯେ, ବିଜେପି ନେତା ଅରିନ୍ଦମ ରାୟ ଦୁଇ ଦିନ ତଳେ କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ଯେଉଁଭଳି ଭାବେ ଜଣେ ଏବିଡିଓଙ୍କୁ ଦୃର୍ବ୍ୟବହାର କଲେ ତାହା ଅତ୍ୟନ୍ତ ଦୁଃଖଦାୟକ । ଅରିନ୍ଦମ କେବଳ ଅଭଦ୍ରାମୀ କରିନାହାନ୍ତି, ଔଦ୍ଧତ୍ୟର ସବୁ ସୀମା ଟପିଯାଇଛନ୍ତି । ସରକାରୀ ଅଧିକାରୀଙ୍କୁ ସେ ଦୁର୍ବୃ୍ୟବହାର କରିବା ସମୟରେ ଆଠଗଡ଼ର ଜଣେ ବିଜେପି ନେତା ମଧ୍ୟ ସେଠି ଉପସ୍ଥିତ ଥିଲେ । ମାଳିକାରେ ଗୋଟେ କଥା ଲେଖାଅଛି “ମୁର୍ଖ ବସିବେ ମଞ୍ଚରେ, ପଣ୍ଡିତ ମାରିବେ ତାଳି” । ବିଜେପି ସରକାରରେ ସେହିଭଳି ଦେଖିବାକୁ ମିଳୁଛି । ଏଠି ମୁର୍ଖ ମାନେ ଅଭଦ୍ରାମୀ କରୁଥିବା ବେଳେ, ପଣ୍ଡିତ ମାନେ ବସି ସେମାନଙ୍କ ମାଙ୍କଡ଼ ନାଚ ଦେଖୁଛନ୍ତି । ଜଣେ ସରକାରୀ କର୍ମଚାରୀ ହେବା ପାଇଁ କେତେ ପରିଶ୍ରମ କରିବାକୁ ପଡେ, ତାହା ବିଜେପି ନେତା ମାନେ ଜାଣିନାହାନ୍ତି । ଏ ସରକାର ସମୟରେ ସରକାରୀ ଚାକିରି ଖଣ୍ଡେ ମିଳୁନଥିବା ବେଳେ ବିଜେପି ନେତା ମାନେ ଅଭଦ୍ରାମୀର ସବୁ ସୀମା ଟପି ସରକାରୀ ଅଫିସର ମାନଙ୍କୁ ବାରମ୍ବାର ଦୁର୍ବ୍ୟବହାର କରିଚାଲିଛନ୍ତି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ପୋଲିସ୍ ପ୍ରଶାସନ, ପୋଲିସ୍ ମହାନିଦେ୍ର୍ଦଶକ ଓ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ରହୁଛନ୍ତି? ଅରିନ୍ଦମ ରାୟ ଯେଉଁ ହିସାବରେ ବ୍ୟବହାର କରୁଥିଲେ ତାହା ଗ୍ରହଣ ଯୋଗ୍ୟ ନୁହେଁ । ଅରିନ୍ଦମ ରାୟ ଆଉ ଗୋଟେ ଭିଡ଼ ହିଂସା କରିବାର ପ୍ରଚେଷ୍ଟାରେ ନଥିଲେ ତ ? ପୂର୍ବରୁ ଭୁବନେଶ୍ୱରରେ ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ବନ୍ଧା ହୋଇ ଜେଲ ଯାଇଥିଲେ । ତେବେ ଅରିନ୍ଦମ ରାୟ କାହିଁକି ଜେଲ ଯିବେନି । ଡ଼ ଲେନିନ ମହାନ୍ତି କହିଥିଲେ ଯେ, କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ଅରିନ୍ଦମ ରାୟ ଏବିଡିଓଙ୍କୁ ଦୁର୍ବ୍ୟବହାର କରିବା ଓ ଜଣେ ମହିଳା ଜିପିଓଙ୍କ ସହ ଯେଉଁଭଳି ଭାବେ ବଚସା କଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜେପି ସର୍ବଦା ନାରୀ ବନ୍ଦନାର କଥା କହୁଥିବା ବେଳେ ନାରୀ ଦହନ କରିବା ନିନ୍ଦନୀୟ । ବିଜେପି ସରକାରକୁ ଆସିଲା ପରେ ଓଡ଼ିଶାରେ ବର୍ବରତାର ସବୁ ସୀମା ଟପିଯାଇଛି । ଆଶ୍ଚର୍ଯ୍ୟର କଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଜେପି କର୍ମକର୍ତ୍ତାଙ୍କ ଏଭଳି ଅଭଦ୍ରାମୀ ଦେଖୁଛନ୍ତି ନା ନାହିଁ ? ବିଜେପିର ସତ୍ସାହାସ ନାହିଁ ଅରିନ୍ଦମଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ । ଓଡ଼ିଶାରେ ବାରମ୍ବାର ହିଂସା ଘଟୁଥିବାରୁ ସାଧାରଣ ଜନତା ଭୟଭୀତ ହୋଇପଡ଼ିଛନ୍ତି । ବିଜେପି ନେତାମାନେ ବାରମ୍ବାର ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ବିଜେଡି ଆଶା କରୁଛି ନୀତିନ ନବୀନ ମଧ୍ୟ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଶାନ୍ତିପି୍ରୟ ଓଡ଼ିଶାକୁ ଅଶାନ୍ତ କରିବା ପାଇଁ ବିଜେପି ନେତାମାନେ ଯେଉଁ ଉଦ୍ୟମ କରୁଛନ୍ତି, ତାହା ଆଗକୁ ସଫଳ ହେବାକୁ ଦେବ ନାହିଁ ବିଜୁ ଜନତା ଦଳ । Post navigation Orissa HC to function in Virtual Mode as part of fuel conservation measures