ଘରୋଇ ବସ୍‌ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର । ତୈଳ ଦର ବୃଦ୍ଧି ପରେ ବଢ଼ିଲା ଘରୋଇ ବସ୍‌ ଭଡ଼ା । ଏହି ବସ୍ ଭଡ଼ା ପୂର୍ବରୁ କିଲୋମିଟର ପ୍ରତି ୮୮ ପଇସା ଥିବା ବେଳେ ଏବେ ଏହା ୯୦ ପଇସାରେ ପହଂଚିଛି ।

ଏକ୍ସପ୍ରେସ କିମି ପିଛା ୯୨ରୁ ୯୪ ପଇସାକୁ ବୃଦ୍ଧି ହୋଇଛି । ସେହିପରି ଡିଲକ୍ସ ୧ ଟଙ୍କା ୨୭ରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି । ଏସି ଡିଲକ୍ସ ଥିଲା ୧ ଟଙ୍କା ୫୫ ପଇସା, ୧ ଟଙ୍କା ୫୯ ପଇସା ହେଲା । ସୁପର ପ୍ରିମିୟମ କିମି ପିଛା ୬ ପଇସା ବଢ଼ି ହେଲା ୨ ଟଙ୍କା ୪୭ ପଇସା ।

ଗତକାଲି ରାତିରେ ତୈଳ ଦର ବଢ଼ିବା ପରେ ପରିବହନ ବିଭାଗ ପାଖରେ ଘରୋଇ ବସ୍ ମାଲିକ ସଂଘ ବସ୍ ଭଡ଼ା ବୃଦ୍ଧି କରିବାକୁ ଦାବି କରିଥିଲା ।

Leave a Reply

Your email address will not be published. Required fields are marked *