ତେଲ ସଙ୍କଟ ଦେଇ ଗତି କରୁଛି ସାରା ଦେଶ। ରାଜ୍ୟରେ ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ଅଭାବ ଯୋଗୁଁ ଲୋକଙ୍କ ଲମ୍ବା ଲାଇନ ଦେବାକୁ ମିଳିଥିବା ବେଳେ ଆଜି ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ଘଟଣା ସାମ୍ନାକୁ ଆସିଛି। ତେଲ ସରିଯିବା ଅଭିଯୋଗକୁ ଖଣ୍ଡନ କଲେ ଆମ୍ବୁଲାନ୍ସ ମାଲିକ। ସେ କହିଛନ୍ତି ଆମ୍ବୁଲାନ୍ସରେ ତେଲ ଥିଲା କିନ୍ତୁ ଯାନ୍ତ୍ରିକ ତ୍ରୁଟି ପାଇଁ ଆମ୍ବୁଲାନ୍ସ ବନ୍ଦ ହୋଇ ଯାଇଥିଲା। ସୂଚନା ଯୋଗ୍ୟ; କେନ୍ଦ୍ରାପଡ଼ାର ଯୁବକ ବିଷ ପିଇ ଗୁରୁତର ହେବାରୁ କଟକ ଅଣାଯାଇଥିଲା। କଟକରୁ ଭୁବନେଶ୍ବର ସ୍ଥାନାନ୍ତର ବେଳେ କାଠଯୋଡ଼ି ନଦୀ ବ୍ରିଜ ଉପରେ ଆମ୍ବୁଲାନ୍ସରୁ ସରିଗଲା ତେଲ। ଅନ୍ୟ ଏକ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପହଞ୍ଚିବାକୁ ପ୍ରାୟ ଅଧ ଘଣ୍ଟା ସମୟ ଲାଗିଥିଲା ଏବଂ ସେତେବେଳକୁ ସିଲିଣ୍ଡରରୁ ଅକ୍ସିଜେନ୍ ମଧ୍ୟ ସରିଯିବ ଫଳରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ରୋଗୀର ପାରିବାର ଲୋକେ। ଏହି ଘଟଣା ପରେ ପୀଡିତଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । Post navigation Cow Mafia Leader Arrested in Nabarangpur: କୁଖ୍ୟାତ ଗୋରୁ ମାଫିଆ ସେକ୍ ଅଜିଜ୍ ଗିରଫ Odisha Govt Hikes DA: ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି